www.samajalive.in
Thursday, December 11, 2025
13.1 C
Bhubaneswar

କୃପାଜଳରେ ଲିଡରସିପ ସମିଟ୍‍ ଭିଜନ-୨୦୨୦ ଆଲୋଚନାଚକ୍ର

ପିପିଲି : କୃପାଜଳ ଓ ଇନଫୋସିସ୍ ସଫ୍ଟୱାର କଂପାନୀ ମିଳିତ ଆନୁକୂଲ୍ୟରେ କୃପାଜଳରେ ଲିଡରସିପ ସମିଟ୍‍ ଭିଜନ-୨୦୨୦ ଆଲୋଚନାଚକ୍ର ଆୟୋଜିତ ହୋଇଜାଇଛି।  ନୂତନ ଉଦ୍ଭାବନ ଓ ଡିଜିଟାଲ ସଫ୍ଟୱାର ଟେକ୍ନୋଲଜିର ଅଦ୍ଭୁତପୂର୍ବ ବିକାଶ ଧାରାରେ ଆମକୁ ସମୟ ସହିତ ତାଳ ଦେଇ ନିଜକୁ ନବୀକରଣ କରିବାକୁ ପଡିବ, ନଚେତ ଅନ୍ୟମାନେ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଆମକୁ ଅତିକ୍ରମ କରିଯିବେ। ରାଜଧାନୀ ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ସମ୍ମିଳନୀ କକ୍ଷରେ ଶନିବାର ‘ଲିଡରସିପ୍‍ ସମିଟ୍‍ ଭିଜନ-୨୦୧୦’ର ବୈଷୟିକ ପୃଷ୍ଠଭୂମି ଉପରେ ଆଧାରିତ ‘ନ୍ୟାଭିଗେଟ୍‍ ଇଓର ନେକ୍ସଟ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଇନ୍‍ଫୋସିସ୍‍ ସଫ୍ଟୱାର କମ୍ପାନୀ, ଭୁବନେଶ୍ୱର ମୁଖ୍ୟ ପ୍ରଭାତ କୁମାର ଦାଶ ପ୍ରକାଶ କରିଛନ୍ତି।
କୃପାଜଳ ଗୃପର ଚେୟାରମ୍ୟାନ ଡ଼ଃ ଭବାନୀ ଚରଣ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀଦାଶ ପ୍ରକାଶ କହିିଥିଲେ ଯେ, ଆମେରିକା, ଚିନ୍‍, ଦକ୍ଷିଣକୋରିଆ ଭଳି ଦେଶମାନେ ସେମାନଙ୍କ ମାନବ ସମ୍ବଳର ଉପଯୋଗ କରି ଟେକ୍ନୋଲୋଜିର ବିକାଶ ପାଇଁ ପ୍ରଚୁର ସମ୍ବଳ ବ୍ୟୟ କରିବା ସହିତ ସେହି ଆଧୁନିକ ଟେକ୍ନୋଲୋଜିର ସଦ୍‍ବ୍ୟବହାର କରି ସେମାନଙ୍କ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇ ପାରିଛନ୍ତି। ଫଳରେ ଉକ୍ତ ଦେଶର କମ୍ପାନୀ ଗୁଡିକ ଅନ୍ୟମାନଙ୍କୁ ଅତିକ୍ରମ କରି ଅଦ୍ଭୁତପୂର୍ବ ବ୍ୟବସାୟିକ ସଫଳତା ହାସଲ କରିପାରିଛନ୍ତି। ସେ ଆମାଜନ, ଟୟୋଟା, ମାଇକ୍ରୋସଫ୍ଟ ଆଦି ଅନେକ ଗୁଡିଏ କମ୍ପାନୀର ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ମଧ୍ୟରେ ନିଜକୁ ସିମିତ ନରଖି ବାହାରେ ଘଟୁଥିବା ଟେକ୍ନୋଲୋଜିର ପରିବର୍ତ୍ତନ ତଥା ଦୃତବିକାଶ କ୍ଷେତ୍ରରେ ସର୍ବଦା ସାମିଲ ରହିବା ପାଇଁ ପରାମର୍ଶ ଦେଇଥିଲେ।
କୃପାଜଳ ଗୃପର ଚେୟାରମ୍ୟାନ ଡ଼ଃ ରଥ ସ୍ୱାଗତ ଭାଷଣ ଦେବା ଅବସରରେ ଛାତ୍ରଛାତ୍ରୀଙ୍କୁ କହିଥିଲେ ଯେ, ପୃଥିବୀର ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ହାସଲ କରିଥିବା କମ୍ପାନୀ ଗୁଡିକ ଇନ୍‍ଫ୍ରାଷ୍ଟ୍ରକ୍‍ଚରରେ ବିଶେଷ ଭାବେ ନିବେଶ ନକରି କେବଳ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଗ୍ରାହକମାନଙ୍କୁ ସୁବିଧା ଦେଇ ସର୍ବଶ୍ରେଷ୍ଠ ଲାଭ ଉପାର୍ଜନକାରୀ ସଂସ୍ଥା ଭାବରେ ପରିଗଣିତ ହୋଇପାରୁଛନ୍ତି। ଉବେର କଂପାନୀ ଟ୍ୟାକ୍ସି ସେବାରେ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି କଂପାନୀ ଅଧିନରେ ଗୋଟିଏ ହେଲେ କାର୍‍ର ମାଲିକାନା ସତ୍ତ୍ୱ ନଥିବା ସେ ଉଦାହରଣ ଦେଇ ପ୍ରକାଶ କରିଥିଲେ। ଏହି ଅବସରରେ ଡ଼ଃ ରଥ ମୁଖ୍ୟବକ୍ତା ଶ୍ରୀଦାଶଙ୍କୁ ‘କୃପାଜଳ ସମ୍ମାନ’ରେ ସମ୍ବର୍ଦ୍ଧିତ କରିଥିଲେ। କୃପାଜଳ ଗୃପ୍‍ର ଡାଇରେକ୍ଟର ବିଭୂତି ଭୂଷଣ ରଥ ଅତିଥି ପରିଚୟ ପ୍ରଦାନ କରିବା ସହ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ। ଶେଷରେ କୃପାଜଳ ଇଞ୍ଜିନିୟରିଂ କଲେଜର ପ୍ରିନ୍ସପାଲ ଡ଼ଃ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories