www.samajalive.in
Monday, December 8, 2025
13.1 C
Bhubaneswar

ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

ପିପିଲି : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ (ଏନ୍‍ଆଇଓଏସ୍‍)ର ପ୍ରାଥମିକ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ(ଡିଏଲ୍‍ଇଡି) ଛାତ୍ରଛାତ୍ରୀଙ୍କୁ ଓଟିଇଟି (ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ରୁ ନିବୃତ୍ତ କରିବା ପାଇଁ ରାଜ୍ୟବ୍ୟାପୀ ଜୋର୍‍ଦାର ଦାବି ପ୍ରକାଶ ପାଇଥିବା ବେଳେ ଶନିବାର ପିପିଲି ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକ ପଦଯାତ୍ରାରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଏନ୍‍ଆଇଓଏସ୍‍ ମାଧ୍ୟମରେ ଡିଏଲ୍‍ଇଡି ତାଲିମ ନେଉଥିବା କାର୍ଯ୍ୟରତ ଅଣ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ଓଟିଇଟି ପରୀକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ଏହାକୁ ଛାତ୍ରଛାତ୍ରୀମାନେ ନିୟମିତ ତୀବ୍ର ବିରୋଧ କରୁଛନ୍ତି। ପିପିଲି ସରକାରୀ ଶିକ୍ଷକ ଶିକ୍ଷାନୁଷ୍ଠାନର ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଶନିବାର ଅନୁଷ୍ଠାନ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ପିପିଲି ବଜାର ପରିକ୍ରମା କରିବା ସହ ହାଟଛକ ସ୍ଥିତ ବିଇଓଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ବିଜୟ କୁମାର ସାହୁ, ଇପ୍‍ସିତା ସୁନ୍ଦରାୟ ପ୍ରମୁଖ ଛାତ୍ରଛାତ୍ରୀ ସରକାରଙ୍କ ଏହି ନିଷ୍ପତ୍ତିକୁ କଡା ବିରୋଧ କରି ବକ୍ତବ୍ୟ ଦେଇଥିଲେ। ଏହି ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନପାରି ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ଶିକ୍ଷାଦାନ କରୁଥିବା ତଥା ଦୂର ଶିକ୍ଷା କାର୍ଯ୍ୟକ୍ରମ ପରି ଏକ ଦୁର୍ବଳ ତାଲିମ ନେଉଥିବା ଶିକ୍ଷାର୍ଥୀଙ୍କୁ ଶିକ୍ଷକଭାବେ ନିଯୁକ୍ତି କରାଗଲେ ଶିକ୍ଷାର ଗୁଣାତ୍ମକମାନ ହ୍ରାସ ପାଇବ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ। ତୁରନ୍ତ ସରକାର ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଏନ୍‍ଆଇଓଏସ୍‍ ଶିକ୍ଷାର୍ଥୀଙ୍କୁ ଓଟିଇଟି ପରୀକ୍ଷାରୁ ନିବୃତ୍ତ କରିବାକୁ ବିଇଓଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏନ୍‍ଆଇଓଏସ୍‍ ଶିକ୍ଷାର୍ଥୀଙ୍କୁ ଓଟିଇଟି ପରୀକ୍ଷାରୁ ବାଦ୍‍ ଦିଆନଗଲେ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories