www.samajalive.in
Monday, December 15, 2025
16.1 C
Bhubaneswar

ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍‌‌ଘାଟିତ

ଆଠଗଡ଼଼: ଆଠଗଡ଼଼ସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ) ଏବେ ଏକମାସ ବ୍ୟାପୀ ହେବାକୁ ଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ବୁଧବାର ଉଦ୍‌‌ଘାଟିତ ହୋଇଯାଇଛି। କଲେଜର କ୍ରୀଡା ପ୍ରଶିକ୍ଷିକା ବିଜୟାଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଲେଜ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ତାଲିମ ଶିବିରକୁ ଉଦ୍‌‌ଘାଟନ କରିଥିଲେ। ନିଜର ଆତ୍ମରକ୍ଷା ସହିତ ପରିବାରର ସୁରକ୍ଷା ପାଇଁ ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ତାଲିମ ନେବା ନିତାନ୍ତ ଜରୁରୀ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ମତବ୍ୟକ୍ତ କରିଥିଲେ। ଆତ୍ମରକ୍ଷା କୌଶଳ ପ୍ରଶିକ୍ଷିକା ସଂଗୀତା ବେହେରା ଓ ଗୀତା ବେହେରା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ବିଭିନ୍ନ ଶୈଳୀ ବିଷୟରେ ବୁଝାଇବା ସହ ଏହାର ଆବଶ୍ୟକତା ଓ ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ। ନୋଡାଲ ଅଧିକାରୀ ସୋନି ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories