www.samajalive.in
Sunday, December 14, 2025
26.1 C
Bhubaneswar

ଘୋଷଣା ହେଲା ପଦ୍ମ ପୁରସ୍କାର: ୧୧୦ ପଦ୍ମଶ୍ରୀ, ୫ ପଦ୍ମ ବିଭୂଷଣ, ୧୭ ପଦ୍ମ ଭୂଷଣ, ଓଡିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ୨୦୨୪ ମସିହା ପାଇଁ ୧୩୨ ଜଣ ପଦ୍ମଶ୍ରୀ ପାଇବେ। ସେମାନଙ୍କ ମଧ୍ୟରେ ୧୧୦ ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା ବେଳେ ୫ ଜଣଙ୍କୁ ପଦ୍ମ ବିଭୂଷଣ ଓ ୧୭ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାର ମିଳିବ। ପଦ୍ମଶ୍ରୀ ଲାଗି ମନୋନୀତ ପ୍ରତିଭାଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି। ଓଡ଼ିଶାର ଗଞ୍ଜାମ ଜିଲାର ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନାଟକ କୃଷ୍ଣଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ବାଇଁ। ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ମଧ୍ୟ ମିଳିବ ପଦ୍ମଶ୍ରୀ ପୁରସ୍କାର। ଲୋକ ନୃତ୍ୟ ‘ଶବ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ। ବିନୋଦ ମହାରଣା ଓ ବିନୋଦ ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।

ଅନ୍ୟପଟେ ଦକ୍ଷିଣ ଆଣ୍ଡମାନରେ ଜୈବିକ ପଦ୍ଧତିରେ ଚାଷ ପାଇଁ କେ, ଚେଲ୍ଲାମ୍ମାଲଙ୍କୁ ପଦ୍ମଶ୍ରୀ ମିଳିବ। ପଶ୍ଚିମବଙ୍ଗ ପୁରୁଲିଆର ଗାଚ୍ ଦାଦୁଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ମିଳିବ। ପାରମ୍ପାରିକ ଧାନ ବିହନ ଉପରେ ଗବେଷଣା କରୁଥିବା କେଶରଗଡର ସତ୍ୟନାରାୟଣ ବଲେରୀଙ୍କୁ ମିଳିବ ପଦ୍ମଶ୍ରୀ। ସେହିଭଳି ଦିବ୍ୟାଙ୍ଗ ପାଇଁ କାମ କରୁଥିବା ସିରସାର ଗୁରୁସିଂଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories