www.samajalive.in
Monday, December 15, 2025
27.1 C
Bhubaneswar

ଅଯୋଧ୍ୟାରେ ଚା’ ୫୫ ଟଙ୍କା.. ଲୋକ କହିଲେ ‘ରାମ ନାମରେ ଲୁଟ୍‌’

ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରଠାରୁ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ଭଗବାନଙ୍କ ଗୋଟିଲ ଝଲକ ପାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ଆସୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏପରି ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି, ଯାହା ସ୍ପଷ୍ଟ କରୁଛି ଯେ ଲକ୍ଷ ଲକ୍ଷ ଭକ୍ତ ରାମ ମନ୍ଦିରରେ ପହଞ୍ଚୁଛନ୍ତି। ଇତି ମଧ୍ୟରେ ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅଯୋଧ୍ୟାର ଏକ ରେଷ୍ଟୁରାଣ୍ଟ ବିଲ୍‌ର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଗୋଟିଏ ଚା’ ୫୫ ଟଙ୍କା ଏବଂ ଟୋଷ୍ଟ ୬୫ ଟଙ୍କାରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏକ୍ସ ୟୁଜର କହିଛନ୍ତି, ରାମଙ୍କ ନାମରେ ଲୁଟ୍‌। ଏହା ଉପରେ ଲୋକେ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି ଏବଂ କହିଛନ୍ତି ଯେ, ଏମିତି ଜାଗାକୁ ଯାଉଛନ୍ତି କାହିଁକି…

- Advertisement -

ଏହି ଫଟୋ ‘ଏକ୍ସ’ରେ @govindprataps12 ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି। ସେ କ୍ୟାପ୍ସନରେ ଲେଖିଛନ୍ତି, ଅଯୋଧ୍ୟା|ଶବରୀ ରସୋଇ, ୫୫ ଟଙ୍କାରେ ଗୋଟିଏ ଚା’, ୬୫ ଟଙ୍କାରେ ଗୋଟିଏ ଟୋଷ୍ଟ। ରାମଙ୍କ ନାମରେ ଲୁଟ୍‌, ଲୁଟି ପାରିଲେ ଲୁଟ୍‌। ବିଲ୍‌ର ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯାହାକୁ ନେଇ ଲୋକେ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ତୀର୍ଥକୁ ପର୍ଯ୍ୟଟନ ସ୍ଥଳ କରିଦେଲେ ଶ୍ରଦ୍ଧା କେଉଁଠୁ ଆସିବ? ସମସ୍ତେ ରାମ ନାମରେ ଅର୍ଥ ଉପାର୍ଜନରେ ବ୍ୟସ୍ତ। ଅନ୍ୟ ଜଣେ ଲେଖିଛନ୍ତି, ତେବେ ତୁମେ ଏପରି ସ୍ଥାନକୁ କାହିଁକି ଯାଅ ?? ତୁମକୁ ତ ଜବରଦସ୍ତ ଧରି କେହି ନେଇଯାଇ ନଥିବେ। ସେବା ପୂରା ଦରକାର, ଟଙ୍କା ଦେବା ବେଳକୁ କଷ୍ଟ ହେଉଛି। ସେଠାରେ ଶହ ଶହ ଉଠା ଦୋକାନୀ ଥିବେ, ଯେଉଁମାନଙ୍କ ପାଖରେ ଭଲ ଜିନିଷ ମିଳିଥାଆନ୍ତା ଏବଂ ଟଙ୍କା ମଧ୍ୟ ବଞ୍ଚି ଯାଇଥାଆନ୍ତି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories