www.samajalive.in
Saturday, December 6, 2025
16.1 C
Bhubaneswar

କାମେରନ ଗ୍ରୀନ କରୋନା ସଂକ୍ରମିତ

ବ୍ରିସବେନ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର କାମେରନ ଗ୍ରୀନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗ୍ରୀନଙ୍କ ବ୍ୟତୀତ ଏହି ଦଳର ପ୍ରଶିକ୍ଷକ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍‌ଡ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଆସୋସିଏସନ ତରଫରୁ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।
ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଗ୍ରୀନ କରୋନା ସଂକ୍ରମିତ ହେବା ଅଷ୍ଟ୍ରେଲିଆ ଦଳର ଚିନ୍ତା ବଢ଼ାଇ ଦେଇଛି।

ସୂଚନାଥାଉକି, ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ପରେ ଅଷ୍ଟ୍ରେଲିଆ ଦଳର ବ୍ୟାଟସମ୍ୟାନ ଟ୍ରାଭିସ ହେଡ୍‌ କରୋନା ସଂକ୍ରମିତ ହୋଇଥିଲେ। ତେବେ ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଥିବାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସେ ଖେଳିବା ଆଶା ରହିଛି। କରୋନା ସଂକ୍ରମିତ ହୋଇଥିବା ଗ୍ରୀନ ଓ ମ୍ୟାକ୍‌ଡୋନାଲ୍‌ଡଙ୍କୁ ସଙ୍ଗରୋଧରେ ରଖାଯାଇ ଥିବା ଅଷ୍ଟ୍ରେଲିଆ ଦଳ ତରଫରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳର ଓପନର ଉସମାନ ଖାୱାଜା ପ୍ରଥମ ଟେଷ୍ଟରେ ଖେଳୁଥିବା ବେଳେ ତାଙ୍କ ହେଲମେଟ୍‌ରେ ବଲ୍‌ ମାଡ଼ ହୋଇଥିଲା। ତେବେ ସେ ସଂପୂର୍ଣ୍ଣ ଫିଟ୍‌ ଥିବାରୁ ଦ୍ବିତୀୟ ଟେଷ୍ଟ ଖେଳିବେ ବୋଲି ଜଣାପଡ଼ିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories