www.samajalive.in
Sunday, December 14, 2025
19.1 C
Bhubaneswar

ଧରା ପଡ଼ିଲା ନକଲି ସିମ୍ କାର୍ଡ ରାକେଟ, ୩ଶହରୁ ଅଧିକ ସାଇବର କ୍ରାଇମରେ ସମ୍ପୃକ୍ତ

କେନ୍ଦୁଝର : ଦିନକୁ ଦିନ ସାଇବର କ୍ରାଇମ ଜନିତ ଅପରାଧର ସଂଖ୍ୟା ବୃଦ୍ଧି ପାଉଛି। ଏହି ସାଇବର କ୍ରାଇମ ନେଇ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି। ବ୍ୟାପକ ସଚେତନତା ଅଭିଯାନ ସତ୍ତେ୍ୱ ସାଇବର କ୍ରାଇମ ଜନିତ ଅପରାଧ ସଂଖ୍ୟା ବୃଦ୍ଧି ପାଉଛି। ଏହି ସାଇବର କ୍ରାଇମ ଜନିତ ଅପରାଧ ନେଇ ନୂତନ ବର୍ଷରେ କେନ୍ଦୁଝର ପୁଲିସକୁ ମିଳିଛି ବଡ ସଫଳତା। ସାଇବର କ୍ରାଇମରେ ବ୍ୟବହାର ହେଉଥିବା ନକଲି ନାମରେ ମୋବାଇଲ ସିମ କାର୍ଡ ରାକେଟକୁ ଧରିବାରେ ସଫଳତା ପାଇଛି କେନ୍ଦୁଝର ପୁଲିସ।

ଏନେଇ ସ୍ଥାନୀୟ ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ଦଗଡୁ । ଏହି ନକଲି ସିମ କାର୍ଡ ଗ୍ୟାଙ୍ଗ ଚଳାଇଥିବା ୪ଜଣ ଅପରାଧୀଙ୍କୁ ଧରିଛି କେନ୍ଦୁଝର ପୁଲିସ । ଏହା ସହ ସେମାନଙ୍କ ଠାରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ ଟି ବାଇମେଟ୍ରିକ ସ୍କାନର , ୨୫ ଟି ଏଟିଏମ୍ କାର୍ଡ଼ , ୨୫ ଟି ଆଇଡି କାର୍ଡ , ୧ ଟି ଲ୍ୟାପଟପ୍‌‌ , ୭ ଟି ପାସ ବହି , ୧୮୫ ଟି ଫଟ , ୫୦୭୧ ଟଙ୍କା ପୁଲିସ ଜବତ କରିଛି । ଏସପିଙ୍କ ସୂଚନା ଅନୁଯାୟୀ ଏମାନେ ବିଭିନ୍ନ ସୀମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବାବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକ ମାନଙ୍କୁ ଦେଉଥିଲେ । ସମସ୍ତ ଅପରାଧୀ କେନ୍ଦୁଝର ଘଷିପୁରା ଥାନା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ନାଁ ରାଜକିଶୋର ଜେନା, ତପନ କୁମାର ଜେନା, ସୁବ୍ରତ ଜେନା ଓ ପ୍ରଦୀପ କୁମାର ଜେନା ବୋଲି ପୁଲିସ ସୂଚନା ଦେଇଛି।ଏମାନଙ୍କ ମଧ୍ୟରେ ରାଜ କିଶୋର ଜେନା ନାମରେ ଦେଶ ସାରା ୩୦୦ରୁ ଅଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି।
ଏହା ଗ୍ୟାଙ୍ଗ ୪୦୦୦ରୁ ଉର୍ଦ୍ଧ ନକଲି ସିମ୍ କାର୍ଡ ଝାଡଖଣ୍ଡ, ବିହାର, ରାଜସ୍ଥାନ ସାଇବର ଠକଙ୍କୁ ବିକ୍ରି କରିଥିବା ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନାମରେ ସାଇବର ଥାନା କେସ ନମ୍ୱର୍ ୫/୨୦୨୪ରେ ସେକ୍ସନ ୪୧୯,୪୨୦,୩୪ ଧାରା ଆଇପିଶି ୬୬(ସି),୬୬(ଡି) ଆଇଟି ଆକ୍ଟ ଅନୁଯାୟୀ କେସ ରୁଜୁ କରି କେନ୍ଦୁଝର ପୁଲିସ ତଦନ୍ତ ଚଳାଇଛି। ଏହା ସହ ଆନ୍ତରାଜ୍ୟ ଲିଙ୍କ ନେଇ ଅଧିକ ତଦନ୍ତ ଜାରି ଥିବା କେନ୍ଦୁଝର ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories