www.samajalive.in
Saturday, December 6, 2025
26.1 C
Bhubaneswar

ପାଣିରେ ବୁଡି ଯାଇ ଅଷ୍ଟ୍ରେଲିଆରେ ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରୁ ଏକ ଦୁଃଖଦ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ପାଣିରେ ବୁଡି ଯାଇ ଅଷ୍ଟ୍ରେଲିଆରେ ୪ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସହ ଏମାନେ ଛୁଟି କଟାଇବାକୁ ଫିଲିପ ଆଇଲ୍ୟାଣ୍ଡ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଷ୍ଟ୍ରେଲିଆରେ ସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଏନେଇ ସୂଚନା ଦେଇଛି। ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୨୦ ବର୍ଷ ଓ ଜଣେ ମହିଳାଙ୍କ ବୟସ ୪୦ ବର୍ଷ ଥିଲା। ଜାନୁଆରୀ ୨୪ରେ ଏହି ଅଘଟଣ ଘଟିଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପ୍ରାୟ ସାଢେ ୩ଟା ସମୟରେ ଭିକ୍ଟୋରିଆ ଫିଲିପ ଆଇଲ୍ୟାଣ୍ଡରେ ଲୋକେ ବୁଡି ଯାଇଥିବା ନେଇ ସେମାନେ ସୂଚନା ପାଇଥିଲେ। ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଟିମ୍‌‌ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣିରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ୩ ଜଣଙ୍କ ଘଟଣାସ୍ଥଳରେ ଓ ଅନ୍ୟ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଅଷ୍ଟ୍ରେଲିଆରେ ରହୁଥିବା ବେଳେ ୪୦ ବର୍ଷୀୟ ମହିଳା ଜଣଙ୍କ ଛୁଟି କାଟିବାକୁ ଯାଇଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories