www.samajalive.in
Saturday, December 13, 2025
26.1 C
Bhubaneswar

୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ: ତାଲିକାରେ ଓଡ଼ିଶାର ୧୫ ଜଣ

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ବର୍ଷ ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗର ୧୧୩୨ କର୍ମଚାରୀ ଏହି ପୁରସ୍କାରରେ ସମ୍ମାନିତ ହେବେ। ୨୭୭ ଜଣଙ୍କୁ ସାହାସିକତା ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି। ତାଲିକାରେ ଓଡିଶାର ୧୫ଜଣ ସ୍ଥାନ ପାଇଥିବା ଏମଏଚଏ ପକ୍ଷରୁ ସୂଚନା ମିଳିଛି। ଓଡିଶାର ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଗୃହ ବିଭାଗ ସଚିବ ସନ୍ତୋଷ ବାଲାଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରାଯିବ । କନେଷ୍ଟବଳ ସଂଯୁକ୍ତା ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତି ପଦକ ପାଇବେ। ଓଡିଶାର ୧୧ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ। ତାଲିକାରେ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଈଙ୍କ ନାଁ ସାମିଲ ରହିଛି  । ତାଲିକାରେ ୩ଜଣ ଡିଏସପି ରାଙ୍କର ଅଧିକାରୀ ସ୍ଥାନ ପାଇଛନ୍ତି। ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ ଏବଂ ପ୍ରଶାନ୍ତ ସାହୁଙ୍କୁ ସମ୍ମାନୀତ କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories