www.samajalive.in
Sunday, December 14, 2025
26.1 C
Bhubaneswar

ବଡ ଡକାୟତିରୁ ରକ୍ଷା ପାଇଲା ବ୍ୟାଙ୍କ: ୧୫୦ ମିଟର ଲମ୍ବା ସୁଡଙ୍ଗ ଖୋଳିଥିଲେ ଲୁଟେରା

ଜୟପୁର: ବିଦ୍ୟାଧରନଗର ଥାନା ଅଂଚଳରେ ଜଣେ ଟ୍ରକ ଚାଳକଙ୍କ ଅସାବଧାନତା ଯୋଗୁ ଏସବିଆଇ ବ୍ୟାଙ୍କ ଲୁଟିବାରୁ ବର୍ତ୍ତି ଯାଇଥିଲା । ଏହି ବ୍ୟାଙ୍କ ନିକଟରେ ଅନ୍ୟ ଏକ ବ୍ୟାଙ୍କ ଏବଂ ଜୁଏଲରୀ ଦୋକାନ ମଧ୍ୟ ରହିଥିଲା । ଲୁଟେରା ଗ୍ୟାଙ୍ଗ ବ୍ୟାଙ୍କରୁ ଲୁଟ କରିବା ପାଇଁ ୧୫୦ ମିଟର ଲମ୍ବାର ଏକ ସୁଡଙ୍ଗ ଖୋଳିଥିଲେ । ଏହି ସୁଡଙ୍ଗ ପଟେ ଆସି ବ୍ୟାଙ୍କ ଲୁଟ କରି ପୁନଃ ସୁଡଙ୍ଗ ଦେଇ ଫେରାର ହେବାର ଯୋଜନା କରିଥିଲେ । ହେଲେ ଯୋଜନା ସବୁ ପଣ୍ଡ ହୋଇଛି । ହେଲେ ଏହି ସୁଡଙ୍ଗରେ ବିଳମ୍ବିତ ରାତିରେ ଆଳୁ ବୋଝେଇ ଟ୍ରକଟି ଧସେଇ ଫସିଯାଇଥିଲା । ଟ୍ରକଟି ଫସିଯିବା ପରେ ଗାଡି ଚାଳକ ଜଣଙ୍କ ମଣ୍ଡିର ଅଧିକାରୀଙ୍କୁ ଖବର ଦେଇଥିଲେ । ଅଧିକାରୀ ଜଣଙ୍କ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଂଚି ଖୋଳତାଡ ଆରମ୍ଭ କରିଥିଲା ପୁଲିସ । ସେତେବେଳେ ଏହି ଘଟଣାଟି ସାମ୍ନାକୁ ଆସିଥିଲା । ପୁଲିସ ଲୁଟେରା ଗ୍ୟାଙ୍କର ଜଣେ ସଦସ୍ୟକୁ ଗିରଫ କରି ଅନ୍ୟ ମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି ।

ସୂଚନା ଅନୁସାରେ ୬ମାସ ପୂର୍ବରୁ ୪ଜଣ ଲୁଟେରା ନକଲି ଏଗ୍ରିମେଣ୍ଟ କରି ଭଡାରେ ଏକ ଦୋକାନ ଖୋଲିଥିଲେ । ଉତ୍ତର ରାଶିନଗର ଡିସିପି କହିଛନ୍ତି ଯେ ବ୍ୟାଙ୍କରୁ ଲୁଟ କରିବା ପାଇଁ ପୁରା ପ୍ରସ୍ତୁତି କରିଥିଲେ ଏହି ଗ୍ୟାଙ୍ଗ । ଲୁଟେରା ମାନେ ୫୦୦ ଟଙ୍କାରେ ମାଲିକଙ୍କ ଠାରୁ ନକଲି ଏଗ୍ରୀମେଣ୍ଟ କରି ଭଡାରେ ଏକ ଦୋକାନ ଖୋଲିଥିଲେ । ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଜାଲପୁରା ଅଂଚଳର ବୋଲି ପୁଲିସ ସୂଚନା ଦେଇଛି ।

- Advertisement -

ଧରାପଡିବା ଭୟରେ ଲୁଟେରା ଗ୍ୟାଙ୍ଗ ୧୫୦ ମିଟର ସୁଡଙ୍ଗ ଖୋଳିବା ବେଳେ ସେଥିରୁ ବାହାରିଥିବା ମାଟିକୁ ବସ୍ତାରେ ଭର୍ତ୍ତି କରି ସେଠାରେ ହି ରଖିଥିଲେ । ଅମ୍ବାବାଡିର ମୁଖ୍ୟ ରାସ୍ତା ପଟେ ବ୍ୟାଙ୍କଟି ରହିଥିବାରୁ ଲୁଟେରା ମାନେ ସୁଡଙ୍ଗଟି ବ୍ୟାଙ୍କର ପଛପଟେ ଖୋଳିଥିଲେ । ସେହି ସୁଡଙ୍ଗ ଦେଇ ବ୍ୟାଙ୍କ ନିକଟତର ହୋଇଥିଲେ ଲୁଟେରା ଗ୍ୟାଙ୍ଗ । ଟ୍ରକଟି ଫସିଯିବା ଦ୍ୱାରା ଲୁଟେରାଙ୍କ ସବୁ ଯୋଜନା ପଣ୍ଡ ହୋଇଯାଇଥିଲା । ଘଟଣାସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀ ମାନେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି । ପ୍ରମାଣ ଯୋଗାଡ କରିବା ପାଇଁ ଘଟଣାସ୍ଥଳରେ ଡ୍ରଗ ସ୍କ୍ୱାର୍ଡ ପହଂଚିଛନ୍ତି ।

ୟୁପିର ଏହି ଗ୍ୟାଙ୍ଗ ସଦସ୍ୟଙ୍କ ଟାର୍ଗେଟ ଥିଲା ଏସବିଆଇ ବ୍ୟାଙ୍କ ଲୁଟ କରିବା । ଏଥିପାଇଁ ବ୍ୟାଙ୍କରୁ ମାତ୍ର ୪୦ଫୁଟ ଦୂରତାରେ ଏହି ସୁଡଙ୍ଗ ଖୋଳାଯାଇଥିଲା । ଲୁଟେରା ମାନେ ପ୍ରତିଦିନ ରାତିରେ ୪ରୁ ୫ଫୁଟ ସୁଡଙ୍ଗ ବାଟ ଖୋଳୁଥିଲେ । ଭଡାରେ ଘର ନେଇ ଏମାନେ ରହିବା ପରେ ଯୋଜନା ଆରମ୍ଭ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ୪ଜଣଙ୍କ ସୂଚନା ପୁଲିସ ପାଇଛି । ଅନ୍ୟ ମାନଙ୍କୁ ଧରିବାକୁ ଜୋରଦାର ଖୋଳତାଡ କରାଯାଉଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories