www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଆ ବିଶ୍ବବିଦ୍ୟାଳୟ ନୂତନ କୋଠା ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସୁଆଣ୍ଡୋ/ସାକ୍ଷୀଗୋପାଳ: କୋଟି କୋଟି ଓଡିଆଙ୍କର ସ୍ବପ୍ନ ପୁରା ହେବାକୁ ଯାଉଛି। ବୁଧବାର ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ  ମାଧ୍ୟମରେ ଲୋକାର୍ପଣ କରିବେ। ପଞ୍ଚସଖା ଖେଳ ପଡିଆରେ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ପ୍ରାୟ ୯ ଏକର ଜାଗାରେ ଏହି ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ନ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ସୁନ୍ଦର ଆଲୋକୀକରଣ , ସୁନ୍ଦର ପରିବେଶ ସହ ଓଡିଆ ଭାଷା ବିକାଶର ଗାଥାକୁ ଏହି ବିଶ୍ବ ବିଦ୍ୟାଳୟର କାନ୍ଥ ବାଡରେ ଲିପିବଦ୍ଧ କରାଯାଇଛି। ଓଡିଆ ବିଶ୍ବ ବିଦ୍ୟାଳୟର ଗାଥା ଓଡିଆ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଲୋକାର୍ପଣ ପରେ ଆସନ୍ତା ଫେବୃଆରୀ ଦ୍ବିତୀୟ ସପ୍ତାହରୁ ନିଜସ୍ବ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନେ ପାଠ ପଢିବେ। ଫେବୃଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ  ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ ।  ଏହାପରେ ଶିକ୍ଷାର୍ଥୀମାନେ କ୍ୟାମ୍ପସରେ ପ୍ରବେଶ କରିବେ। ତେବେ ନୁଆ ବିଲ୍ଡିଂରେ ଅତ୍ୟାଧୁନିକ କ୍ଲାସ ରୁମ୍ , କ୍ୟାଣ୍ଟିନ୍, ସୁଇମିଂ ପୁଲ ଆଦିର ବ୍ୟବସ୍ଥା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories