www.samajalive.in
Friday, December 5, 2025
20.1 C
Bhubaneswar

ନବବଧୂ ଭଳି ସଜେଇ ହୋଇଛି ଅଯୋଧ୍ୟା: ଉତ୍ସବରେ ସାମିଲ ହେବାକୁ ଆସୁଛନ୍ତି ଭିଆଇପି

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ଆଜି ପୁରା ନବବଧୂ ଭଳି ସଜେଇ ହୋଇଛି । କାରଣ ନିଜ ଜନ୍ମସ୍ଥାନକୁ ଆଜି ଆସୁଛନ୍ତି ରାମଲାଲା । ରାମ ମନ୍ଦିର ଉଦଘାଟନ ସହିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ରାମଭକ୍ତଙ୍କ ୫୦୦ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଥିବାରୁ ପୁରା ଅଯୋଧ୍ୟା ନଗରୀ ସହ ସାରା ଦେଶ ଉତ୍ସାହିତ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ହୋଇ ରାମ ମନ୍ଦିରର ଉଦଘାଟନ କରିବେ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଗତ ୧୬ତାରିଖରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।

ପ୍ରାଣ ପ୍ରତିଷ୍ଠା ସମାରୋହର ସମସ୍ତ ରୀତିନୀତି ୧୨୧ ଆଚାର‌୍ୟ୍ୟଙ୍କ ଦ୍ୱାରା ସମନ୍ୱିତ, ସମର୍ଥିତ ଏବଂ ମାର୍ଗଦର୍ଶନ କରାଯିବ । ବାରାଣାସୀର ଗଣେଶ ଶାସ୍ତ୍ରୀ ଦ୍ରାବିଡ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ । ସଂଯୋଜନା କରିବେ ଏବଂ ମାର୍ଗଦର୍ଶନ କରିବେ ଓ କାଶୀ ଲକ୍ଷ୍ମୀକାନ୍ତ ଦୀକ୍ଷିତ ମୁଖ୍ୟ ଆଚାର‌୍ୟ୍ୟ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

- Advertisement -

ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ଭିଆଇପି ମାନେ ଅଯୋଧ୍ୟାରେ ପହଂଚିବା ଆରମ୍ଭ କରିଛନ୍ତି । ହାଇଦ୍ରାବାଦରୁ ଅଭିନେତା ରାମଚରଣ ଓ ଚିରଞ୍ଜିବୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରୁଛନ୍ତି । ଅଭିନେତା ରାମ ଚରଣ କରିଛନ୍ତି ଯେ ଏହା ବହୁତ ଲମ୍ବା ସମୟର ଅପେକ୍ଷା ଥିଲା । ଏହି ଉତ୍ସବରେ ସାମିଲ ହେଉଥିବାରୁ ନିଜକୁ ଗରବାନ୍ୱିତ ଅନୁଭବ କରୁଛୁ । ଚିରଞ୍ଜିବୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ମନକୁ ଆନନ୍ଦିତ କରୁଛି, ଏହା ଏକ ବିରଳ ସୁଯୋଗ । ଅନୁଭବ ହେଉଛି ଯେ ମୋର ପ୍ରଭୁ ହନୁମାନ ବ୍ୟକ୍ତିଗତ ଭାବରେ ମୋତେ ନିମନ୍ତ୍ରଣ କରିଛନ୍ତି ଏହାର ସାକ୍ଷୀ ହେଉଥିବାରୁ ଆମେ ଭାଗ୍ୟବାନ । ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ବିଗ୍ ବି ରାମ ମନ୍ଦିର କାର‌୍ୟ୍ୟକ୍ରମରେ ଯୋଗଦେବେ । ରାମ ମନ୍ଦିର ସମାରୋହ ପାଇଁ ଅଯୋଧ୍ୟାରେ ପହଞ୍ଚିଥିବା ଅନୁପମ ଖେର ହନୁମାନଗରୀରେ ପହଞ୍ଚି ହନୁମାନଙ୍କ ଦର୍ଶନ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories