ରାଜ୍ୟରେ ୩ ଦିନ ପାଇଁ ଘନ କୁହୁଡି ୱାର୍ଣ୍ଣିଂ
ଭୁବନେଶ୍ବର: ରାଜ୍ୟ ପାଣିପାଗରେ ଅଚାନକ ପରିବର୍ତ୍ତନ ଦେଖାଦେଇଛି। ସୁନ୍ଦରଗଡର ବଣାଇ ସମେତ ବିଭିନ୍ନ ଅଞ୍ଚଳରେ ରବିବାର ସକାଳୁ ଝିପଝିପ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳରେ କୋହଲା ପାଗ ଲାଗି ରହିଛି। ସେପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଘନ କୁହୁଡି ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡିଶା ଓ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ତେଣୁ ଯାନବାହନ ଚଳାଚଳରେ ସମସ୍ୟା ଉପୁଜିପାରେ। ଏ ନେଇ ସତର୍କତା ଜାରି କରାଯାଇଛି। ୨୧ ଏବଂ ୨୨ ତାରିଖରେ ପୁରୀ , ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ , ଗଜପତି, ରାୟଗଡା , କନ୍ଧମାଳ , ବୌଦ୍ଧ , ସୋନପୁର , କଟକ, ଅନୁଗୁଳ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ। ସେହିପରି ୨୩ ତାରିଖରେ ପୁରୀ , ଖୋର୍ଦ୍ଧା ନୟାଗଡ , କଟକ , ଜଗସିଂହପୁର , ଢେଙ୍କାନାଳ , ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ସକାଳୁ ଘନ କୁହୁଡି ଦୃଶ୍ୟମାନ ହେବ । ୨୫ ତାରି ଯାଏଁ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Comments are closed.