www.samajalive.in
Sunday, December 14, 2025
26.1 C
Bhubaneswar

ଧାନ ଅମଳ ପରିମାଣ କମିବା ନେଇ ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଖୁରୁଷିଆ ଗ୍ରାମର ଜଣେ ଚାଷୀ ଧାନ ଅମଳରେ ପରିମାଣ କମିବାରୁ କରିଥିବା ଋଣ ପରିଶୋଧ କରିବା ଚିନ୍ତାରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ କାମାକ୍ଷାନଗର ଥାନା ଖୁରୁଶିଆ ଗ୍ରାମର କେଶବ ମଲିକ।
ସୂଚନା ମୁତାବକ କେଶବ ତିନୋଟିି ଘରୋଇ ବ୍ୟାଙ୍କ ଯଥା ସମସ୍ତା ବ୍ୟାଙ୍କ,ଗ୍ରାମିଣ କୋଟା ଓ ବନ୍ଧନ ବ୍ୟାଙ୍କରୁ ଧାନ ଚାଷ ପାଇଁ ୭୦ ହଜାର ଟଙ୍କା ଋଣ ଆଣିଥିଲେ। ଏହା ସହ ଗ୍ରାମରୁ ହାତ ଉଧାର ମଧ୍ୟ ଆଣି ଧାନ ଚାଷ କରିଥିଲେ। ଧାନର ଅମଳ ବେଳେ ଅମଳର ପରିମାଣ କମି ଯିବାରୁ ସେ କିପରି ଋଣ ପରିଷୋଧ କରିବେ ସେ ନେଇ ଚିନ୍ତାରେ ଥିଲେ। ବେଙ୍ଗଳା ହେଉଥିବା  ସମୟରେ ଧାନ କମ ଅମଳ ହୋଇଥିବାର ଜାଣି ପାରି ପାଣି ପିଇବା ବାହାନାରେ ଘରକୁ ଆସି ପାଇଖାନା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପାଇଖାନା ନିକଟରେ ତାଙ୍କୁ ଝଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଉଦ୍ଧାର କରି ପୁଲିସକୁ ଖବର ଥିଲେ। ଖବର ପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories