www.samajalive.in
Monday, December 8, 2025
24.1 C
Bhubaneswar

ଶିମିଳିପାଳରୁ ୨୩ ଦେଶୀ ବନ୍ଧୁକ ଜବତ

ମୟୂରଭଞ୍ଜ: ବେଆଇନ ବନ୍ଧୁକ କାରବାର ରୋକିବାକୁ ମୟୂରଭଞ୍ଜ ପୁଲିସ ତତ୍ପରତା ଦେଖାଇଛି। ଶିମିଳିପାଳ ଅଂଚଳରୁ ୨୩ଟି ବେଆଇନ୍‌‌ ଦେଶୀ ବନ୍ଧୁକ ଜବତ କରିଛି ମୟୂରଭଞ୍ଜ ପୁଲିସ। ଗତ ମାସରେ ଜିଲାର ୯ଟି ସ୍ଥାନରେ ୧୪ଟି ମାମଲା ରୁଜୁ ହୋଇଥିଲା। ମୋଟ ୮ଜଣ ଶିକାରୀଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଗତ କିଛି ଦିନ ମଧ୍ୟରେ ଅନେକ ବନ ଅଧିକାରୀ ଶିମିଳିପାଳରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏହାପରେ ଉଭୟ ବନ ଅଧିକାରୀ ଓ ପୁଲିସ ଅଧିକାରୀ ଶିକାରୀଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories