ଡେସ୍କ: ବରିଷ୍ଠ ଆଇପିଏସ ଅଧିକାରୀ ଦଲଜିତ ସିଂ ଚୌଧୁରୀଙ୍କୁ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ଏ ନେଇ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍ତରପ୍ରଦେଶ କ୍ୟାଡରର ୧୯୯୦ ବ୍ୟାଚର ଏହି ଆଇପିଏସ ଅଧିକାରୀ ସମ୍ପ୍ରତି ସିଆରପିଏଫର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
କ୍ୟାବିନେଟ ବୈଠକରେ ତାଙ୍କୁ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ଭାବେ ୨୦୨୫ ନଭେମ୍ବର ୩୦ ପର୍ଯ୍ୟନ୍ତ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ସେହିଦିନ ସେ ଚାକିରିରୁ ଅବସର ଗ୍ରହଣ କରିବେ।



