www.samajalive.in
Tuesday, December 9, 2025
16.1 C
Bhubaneswar

ଓଲା ଆଣିଲା MoveOS 4 ଅପ୍‌ଡେଟ୍‌: ରହିଛି ୧୦୦ରୁ ଊର୍ଦ୍ଧ୍ବ ଫିଚର୍‌, ସ୍କୁଟର ଲୋକେସନ୍‌ଠୁ ଆରମ୍ଭ କରି..

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ଗତ ବର୍ଷ ଅକ୍ଟୋବର ୧୫ରେ MoveOS 4 ରିଲିଜ୍ କରିଥିଲା। ଏବେ କମ୍ପାନୀ ଏହାର ଅପ୍‌ଡେଟେଡ୍‌ ଭର୍ସନ ଲଞ୍ଚ୍ କରିଛି। ଏଥିସହ MoveOS 4ରେ ଦେଖାଦେଉଥିବା ସମସ୍ୟାକୁ ମଧ୍ୟ ଠିକ୍ କରିଛି। ଓଲା କହିଛି ଯେ, ଅପ୍‌ଡେଟ୍‌ ପରେ ସ୍କୁଟରରେ ୧୦୦ରୁ ଊର୍ଦ୍ଧ୍ବ ନୂଆ ଫିଚର୍ ମିଳିବ। ଆସନ୍ତୁ ଜାଣିବା  MoveOS 4ରେ କ’ଣ ନୂଆ ବୈଶିଷ୍ଟ୍ୟ ରହିଛି।

ଉନ୍ନତ ନେଭିଗେସନ-

- Advertisement -

ଓଲା ଏହାର  MoveOS 4ରେ ନେଭିଗସନ ସହ ଜଡ଼ିତ ସବୁଠାରୁ ବଡ଼ ଓ ଜରୁରୀ ଅପଡେଟ୍‌ ଆଣିଛି। କମ୍ପାନୀ ଏବେ ଆପ୍‌ରେ ଓଲା ମ୍ୟାପ୍ସ ଆଣିଛି। ଏହାଦ୍ବାରା ଆପ୍ ସାହାଯ୍ୟରେ ମ୍ୟାପ୍‌କୁ ସିଧାସଳଖ ସ୍କୁଟରରେ ଆକ୍ସେସ୍ କରିପାରିବେ।

ଫାଇଣ୍ଡ୍ ମାଇଁ ସ୍କୁଟର-

ଓଲା ଏହା ସ୍କୁଟରରେ ମ୍ୟାପ୍ ଦେଇଛି ସତ, କିନ୍ତୁ ଏବେ ଆମେ ଆମ ସ୍କୁଟରରେ ଲୋକେସନ୍ ଜାଣିପାରୁନାହାନ୍ତି। ତେଣୁ ଏବେ ଏଥିରେ ଫାଇଣ୍ଡ୍ ପାଇଁ ସ୍କୁଟର ଫିଚର ମଧ୍ୟ ରହିବ। ଅର୍ଥାତ୍ ଆପଣ ଓଲା ଇଲେକ୍ଟ୍ରିକ୍ ଆପ୍ ମାଧ୍ୟମରେ ନିଜ ସ୍କୁଟରକୁ ଖୋଜି ପାରିବେ। ଏହା ଆପଣଙ୍କୁ ସ୍କୁଟର ପର୍ଯ୍ୟନ୍ତ ପହଞ୍ଚିବାକୁ ମ୍ୟାପ୍ ମଧ୍ୟ ଦେଖାଇବ। ଏଠାରୁ ଆପଣ ଲୋକେସନ ଶେୟାର କରିପାରିବେ। ଫଳରେ ସ୍କୁଟର ଚୋରି ହେବାର ଆଶଙ୍କା ଦୂର ହେବ।

ପାର୍ଟି ମୋଡ୍-

ଓଲା ଏହାର ସ୍କୁଟରରେ ପାର୍ଟି ମୋଡ୍ ଦେଉଛି, ଯାହା ସ୍କୁଟରରେ ଚାଲୁଥିବା ଗୀତର ତାଳ ହିସାବରେ କାମ କରିଥାଏ। ଅର୍ଥାତ୍ ସ୍କୁଟରର ସବୁ ଲାଇଟ୍ ମ୍ୟୁଜିକ୍ ହିସାବରେ ଅନ୍ ଅଫ୍ ହୋଇଥାଏ। ଏବେ କମ୍ପାନୀ ଏଥିରେ ପାର୍ଟି ମୋର୍ ୱିଥ୍ କନ୍‌ସର୍ଟ ମୋଡ୍ ଆଣିଛି। ଏହି ଫିଚର ମାଧ୍ୟମରେ ଆପଣ ଗୋଟିଏ ଗୀତକୁ ଅନେକ ଇଲେକ୍ଟ୍ରିକ୍ ସ୍କୁଟରରେ ଚଲାଇପାରିବେ।

ୟୋର୍ ସ୍କୁଟର, ୟୋର୍ କମାଣ୍ଡ୍ସ-

କମ୍ପାନୀ ଏଥିରେ ୟୋର୍ ସ୍କୁଟର, ୟୋର୍ କମାଣ୍ଡ୍ସ ଆଣିଛି। ଏହାଦ୍ବାରା ଆପଣ ଭିନ୍ନ ଭିନ୍ନ ଚାଳକଙ୍କ ପାଇଁ ଭିନ୍ନ ଭିନ୍ନ କିଲୋମିଟର କିମ୍ବା ସମୟର ସେଟିଙ୍ଗ୍ କରିପାରିବେ।

ଡାର୍କ ମୋଡ୍-

ଏବେ ଆପ୍ରେ କମ୍ପାନୀ ଡାର୍କ ମୋଡ୍ ଆଣିଛି। ଫଳରେ ରାତିରେ ଆପରେ ଆକ୍ସେସ୍ ଆହୁରି ଭଲ ହେବ।

ଟାମ୍ପର ଡିଟେକ୍ସନ-

ଲୋକଙ୍କ ମନରୁ ସ୍କୁଟର ଚୋରିର ଭୟ ଦୂର କରିବାକୁ କମ୍ପାନୀ ନୂଆ ଟାମ୍ପର ଡିଟେକ୍ସନ ଫିଚର୍ ଯୋଡ଼ିଛି। ଯଦି କେହି ଆପଣଙ୍କ ସ୍କୁଟରରୁ ଚୋରି କରିବାକୁ ଚେଷ୍ଟା କରେ, ତେବେ ଏଥିରେ ଲାଇଭ୍ ଅଡ଼ିଓ ଆସିବ। ସ୍କୁଟର ଲାଇଟ୍ ଜଳିବ। ଏଥିସହ ସ୍କ୍ରିନରେ ରେଡ୍ ଆଇ ଦେଖାଯିବ।

କେୟାର ମୁଡ୍-

ସ୍କୁଟରର ସ୍କ୍ରିନରେ ନୂଆ କେୟାର ମୁଡ୍ ଫିଚର ରହିଛି। ଏହାଦ୍ବାରା ସ୍କ୍ରିନ୍ ଉପରେ ନିଜ ସ୍କୁଟର ସାହାଯ୍ୟରେ କେତେ ସେଭିଙ୍ଗ୍ କରିଛନ୍ତି, ଏହାର ସୂଚନା ମିଳିବ। ଏସବୁ ବ୍ୟତୀତ ଆହୁରି ଅନେକ ଆକର୍ଷଣୀୟ ଫିଚର ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories