ଭୁବନେଶ୍ବର, :ଅଗ୍ରଣୀ ଦୁଇଚକିଆ ଏବଂ ତିନି ଚକିଆ ଯାନ ପ୍ରସ୍ତୁତକାରୀ ସଂସ୍ଥା ବଜାଜ୍ ଅଟୋ ଲିମିଟେଡ୍ ଭୁବନେଶ୍ୱର ଏବଂ କଟକ ଠାରେ ଏହାର କାର୍ଗୋ ଇଲେକ୍ଟ୍ରିକ୍ ତିନିଚକିଆ ଯାନ-ଏକ୍ସଏଲ୍ କାର୍ଗୋ ଇ-ଟେକ୍ ୧୨.୦ କୁ ବଜାର ପ୍ରବେଶ କରିଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, କଟକ ଆରଟିଓ ସଞ୍ଜୟ କୁମାର ବେହେରା, କଟକ ମୋଟର ଯାନ ଇନ୍ସପେକ୍ଟର ବିଶ୍ୱଜିତ ଦାଶ ଏବଂ ବଜାଜ ଅଟୋ ଲିମିଟେଡ୍ର ଭିପି (ସେଲସ୍) ରାଜୀବ ବର୍ମା ପ୍ରମୁଖ ଏହି ଇ-ଯାନକୁ ଉନ୍ମୋଚନ କରିଥିଲେ। ବଜାଜ୍ କାର୍ଗୋ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଏହାର ଆର୍ ଆଣ୍ଡ୍ ଡି ସେଣ୍ଟର୍ରେ ତିଆରି ଏବଂ ଡିଜାଇନ୍ ହେବା ସହିତ ସଂସ୍ଥାର ୱାଲୁଜ୍ରେ ଥିବା ପ୍ଲାଣ୍ଟ୍ରେ ତିଆରି କରାଯାଇଛି।
ବଜାଜ କାର୍ଗୋ ଇଲେକ୍ଟ୍ରିକ୍ ତିନିଚକିଆ ଯାନର କାର୍ଯ୍ୟଦକ୍ଷତା ଏବଂ ନିର୍ଭରଯୋଗ୍ୟତାକୁ ଯାଞ୍ଚ କରିବା ପାଇଁ ୧୫ଲକ୍ଷ କିମି ପର୍ଯ୍ୟନ୍ତ ଡ୍ରାଇଭିଂ ପରୀକ୍ଷଣ କରାଯାଇଛି। ବଜାଜ ଅଟୋ ଲିମିଟେଡ୍ର ଶ୍ରୀ ବର୍ମା କହିଛନ୍ତି, ନୂତନ ବଜାଜ କାର୍ଗୋ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚନ କରି ଆମେ ଆନନ୍ଦିତ। ଆମେ ଗ୍ରାହକଙ୍କୁ ୨୪ ଘଣ୍ଟା ସେଲ୍ସ ସୁବିଧା ଯୋଗାଇବୁ ଏବଂ ପରବର୍ତ୍ତୀ ସମୟରେ ଆମେ ଭାରତର ବିଭିନ୍ନ ସହରରେ ଆମର ବିତରଣକୁ ବିସ୍ତାର କରିବୁ।



