www.samajalive.in
Friday, December 5, 2025
20.1 C
Bhubaneswar

କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା କରୁଛି ସ୍କୁଟର: ନୂଆ ଏମ୍ପିୟର ଇଭିର ବୁକିଂ ଆରମ୍ଭ

ଡେସ୍କ: ଗ୍ରୀଭ୍ସ ଇଲେକ୍ଟ୍ରିକ୍ ମୋବିଲିଟୀ ଭାରତୀୟ ବଜାରରେ ଏହାର ନୂଆ ବୈଦ୍ୟୁତିକ ସ୍କୁଟର ଲଞ୍ଚ୍ କରିବାକୁ ପ୍ରସ୍ତୁତି କରିସାରିଛି। ଏହି ଇ-ସ୍କୁଟରର ନାଁ ଏମ୍ପିୟର ଏନଏକ୍ସଜି(Ampere NXG) ହୋଇପାରେ। କମ୍ପାନୀ ଲଞ୍ଚିଙ୍ଗ୍ ପୂର୍ବରୁ ଏହାର ବୁକିଙ୍ଗ୍ ଆରମ୍ଭ କରିଦେଇଛି। ଗ୍ରାହକମାନେ ଏହାର ଅଫିସିଆଲ୍ ୱେବସାଇଟକୁ  ଯାଇ ବୁକ୍ କରିପାରିବେ। ଏଥିସହ କମ୍ପାନୀ ଏହାର ଏକ ଟିଜର୍ ମଧ୍ୟ ଜାରି କରିଛି। ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ କମ୍ପାନୀ ଯୁବପୀଢିଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିଛି। ଭାରତୀୟ ବଜାରରେ ଓଲା ଇଲେକ୍ଟ୍ରିକ୍, ଟିଭିଏସ୍ ଆଇକ୍ୟୁବ୍, ବଜାଜ ଚେତକ ଇଭି ଭଳି ଅନେକ ମଡେଲ ସହ ଏହାର ମୁକାବିଲା ହେବ।

- Advertisement -

କମ୍ପାନୀର ଟିଜର ଅନୁଯାୟୀ, ଏନଏକ୍ସଜିର ରୂପରେଖ ଯୁବପୀଢିଙ୍କ ପସନ୍ଦ ମୁତାବକ ହୋଇଛି। ଏଥିରେ ଏପ୍ରନ-ମାଉଣ୍ଟେଡ୍ ଟର୍ଣ୍ଣ ଇଣ୍ଡିକେଟର ସହ ଏକ ଏଲଇଡି ହେଡଲାଇଟ୍ ରହିଛି। ଫଟୋରୁ ଜଣାପଡ଼ୁଛି ଯେ, ବ୍ୟାଟେରୀ ପ୍ୟାକ୍ ଚାଳକଙ୍କ ସିଟ୍ ତଳେ ରହିବ। ଏଥିରେ ଏକ ଫ୍ଲାଟ୍ ଫ୍ଲୋରବୋର୍ଡ଼ ରହିଛି, ଯେଉଁଥିରେ ଜିନିଷପତ୍ର ରଖିବାକୁ ସୁବିଧା ହେବ।

ଏଲଇଡି ଲାଇଟ୍ ବ୍ୟତୀତ ଏମ୍ପିୟର ଏନଏକ୍ସଜିରେ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହ ଏକ ଟଚ୍‌ସ୍କ୍ରିନ୍ ଇନ୍‌ଷ୍ଟ୍ରୁମେଣ୍ଟ କନ୍ସୋଲ ମଧ୍ୟ ରହିଛି। ସ୍କୁଟରରେ ବେଲ୍ଟ-ଅପରେଟେଡ୍ ସେଟ୍ଅପ୍ ସହ ୪ଟି ରାଇଡିଙ୍ଗ୍ ମୋଡ୍ ରହିଛି। ସ୍କୁଟରରେ ଏଲଏଫପି ବ୍ୟାଟେରୀ ରହିଛି, ଯାହା ବେଶ୍ ସୁରକ୍ଷିତ। ଏଥିସହ ଚାର୍ଜିଙ୍ଗ୍ ସମୟ ମଧ୍ୟ କମ୍ ଲାଗିଥାଏ। ଏମ୍ପିୟର ଏନଏକ୍ସଜିକୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଣୁଛି। ଯାହାକୁ କେଟୁକେ ନାଁ ଦିଆଯାଇଛି। ଏହି ସମୟରେ ଏହା ୫୧୬୦ କିମି ଯାତ୍ରା କରିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories