www.samajalive.in
Sunday, December 7, 2025
23.1 C
Bhubaneswar

ମନେଇଗୁଡ଼ା ଓ ମାଣ୍ଡିପଦରରେ ଦୁଇଟି ଶିଶୁ ଗୃହ ଉଦଘାଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୋଲମା ପଞ୍ଚାୟତର ମାଣ୍ଡିପଦର ଓ ସୁନାଖଣ୍ଡି ପଞ୍ଚାୟତର ମାନେଇଗୁଡ଼ା ଠାରେ ଏପିଏଫ ତରଫରୁ ପିହେଚଆରଏସ ମାଧ୍ୟମରେ ଦୁଇଟି ଶିଶୁ ଗୃହ ଉଦଘାଟନ କରାଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ ଜୋନର ଜିଲାପରିଷଦ ସଭ୍ୟ ବି ଭାରା ପ୍ରସାଦ ରାଓ ଓ ଅନ୍ୟ ସ୍ଥାନରେ ଖ ଜୋନ ର ଜିଲା ପରିଷଦ ସଭ୍ୟା ଭୋମୀ ଗୌରୀ ଦେବୀ ଯୋଗଦେଇ ଫିତା କାଟି ଶିଶୁ ଗୃହ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପିହେଚଆରଏସର ପ୍ରକଳ୍ପ ସଂଯୋଜକ ସ୍ୱାତି ଦାସ ରହିଥିବା ବେଳେ କୋଷାଧ୍ୟକ୍ଷ ପରିଚାଳକ ନିରଜ ଶ୍ରୀବାସ୍ତବ, ଦକ୍ଷତା ବୃଦ୍ଧି ପରିଚାଳକ ମାନସ ରଞ୍ଜନ ପାଢ଼ୀ, କ୍ଲୋଷ୍ଟର ସଂଯୋଜକ ବେଣୁଧର ସୁଚେନ ସୁନାଖଣ୍ଡି ସରପଞ୍ଚ ସଞ୍ଜୟ ନିସିକା ,ପୋଲମା ସରପଞ୍ଚ ଅମିତା ହିମିରିକା ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ।
ବକ୍ତା ସ୍ୱାତୀ ଦାସ ପ୍ରକଳ୍ପ ବିଷୟରେ ଉପସ୍ଥିତ ମହିଳା ପୁରୁଷଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ଆଜକୁ ୭ବର୍ଷ ଧରି ଉକ୍ତ ବ୍ଲକରେ ୧୦ଟି ଶିଶୁ ଗୃହରେ କାର୍ଯ୍ୟକ୍ରମ ଚାଲି ଆସୁଛି। ପୁଣି ୪୦ଟି ନୂତନ ଶିଶୁ ଗୃହ ପାଇଁ ମଞ୍ଜୁର ହୋଇଥିଲା। ସେହି ୪୦ଟି ମଧ୍ୟରୁ ବର୍ତ୍ତମାନ ଦୁଇଟି ଗୃହ ଉଦଘାଟନ ହୋଇଛି । ଆଗକୁ ୩୮ଟି ଗୃହ ଅତି ଶୀଘ୍ର ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ଶିଶୁ ଗୃହରେ ୬ମାସରୁ ୩ବର୍ଷର ଶିଶୁଙ୍କୁ ଉତ୍ତମ ମାନର ସୁଷମ ଖାଦ୍ୟ , ଶିଶୁର ପୂର୍ଣ୍ଣ।ଙ୍ଗ ବିକାଶ ସହ ଶିଶୁର ପରିବାରରେ ମାଆ, ବାପା, ଭାଇ ଭଉଣୀର ଦାୟିତ୍ୱକୁ ଶିଶୁ ଘରରେ ରହିଥିବା ଦିଦି ମାନେ ନେବେ । ପିଲାଙ୍କ ପାଠ ପଢା ଓ ବାପା ମାଆଙ୍କ ରୋଜଗାର ପନ୍ଥା ଠିକ ଭାବରେ ହୋଇପାରିବ। ସେଥିପାଇଁ ଉକ୍ତ ଗ୍ରାମର ମହିଳା ମାନଙ୍କୁ ଚୟନ କରି ପିହେଚଆରଏସ ତରଫରୁ ତାଲିମ ପ୍ରଦାନ କରି ନିଜ ନିଜ ଶିଶୁ ଗୃହରେ ନିଯୁକ୍ତି ଦିଆଯାଇଛି । ସେହି ମାନେ ହିଁ ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ବୋଲି କହିଥିଲେ। ସଂସ୍ଥା ପକ୍ଷରୁ ବହୁତ ଭଲ ଉଦ୍ଦେଶ୍ୟ ଅଛି ,ଏହା ଦ୍ୱାରା ଘର କାମ ବା ଚାଷ କାମରେ ଉନ୍ନତି, ଶିଶୁ ଉତ୍ତମ ଶରୀର ସହ ବୁଦ୍ଧିର ବିକାଶ ହେବ। ବ୍ଲକର ସମସ୍ତ ଶିଶୁ ଘରକୁ ପୃଷ୍ଟି ବଗିଚା ପାଇଁ ସବୁ ପ୍ରକାର ବିହନ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଅତିଥି ବି ଭାରା ପ୍ରସାଦ ରାଓ କହିଛନ୍ତି । ଏଥିରେ ପିହେଚଆରଏସ କର୍ମୀ କୁମାର ବିବାର, ରାଜେଶ୍ୱର ଦିଗାଲ, କାମେଶ୍ୱର ଅଡଙ୍ଗକା, ସୁବାଷ ଗରଡ଼ିଆ ସମେତ ଗ୍ରାମର ଚୟନ ଦିଦି କୁମାରୀ ପିଡ଼ିସିକା, ମଲିକା କଶଲ୍ୟା ,ଦୀପା ନାଗ ଓ ଶାଗନ୍ତି ହିକକା ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories