www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନରେ ଅଣ୍ଡା ୪୦୦,ପିଆଜ ୨୫୦,ଚିକେନ୍‌‌ ୬୧୫

ଇସଲାମାବାଦ : ପାକିସ୍ତାନରେ ଦରଦାମ୍‌‌ ଆକାଶ ଛୁଆଁ। ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ରେକର୍ଡ ଭାଙ୍ଗୁଛି। ଲାହୋରରେ ଡଜନେ ଅଣ୍ଡାର ଦାମ୍‌‌ ୪୦୦ (ପାକିସ୍ତାନୀ ଟଙ୍କାର ମୂଲ୍ୟରେ)। ସେହିଭଳି ପିଆଜ ମୂଲ୍ୟ ୨୫୦ ଟଙ୍କା କିଲୋଗ୍ରାମ ପ୍ରତି। ରିପୋର୍ଟ ଅନୁଯାୟୀ,ସରକାର ହାର ଲାଗୁ କରିବାରେ ପ୍ରଶାସନ ବିଫଳ ହୋଇଥିବାରୁ ଏପରି ପରିସ୍ଥିତ ହୋଇଛି।
ସରକାରଙ୍କ ଦ୍ୱାରା ପିଆଜ ମୂଲ୍ୟ ୧୭୫ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ପାକିସ୍ତାନୀ ଟଙ୍କାରରେ ପିଆଜ ୨୩୦ ରୁ ୨୫୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଚିକେନ ମଧ୍ୟ କିଲୋ ପ୍ରତି ୬୧୫ ଟଙ୍କାରେ ବିକ୍ରି ହେଉଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ପୂର୍ବ ବର୍ଷ ନଭେମ୍ବର ଶେଷ ବେଳକୁ ମୋଟ ଋଣ ବୃଦ୍ଧି ପାଇ ୬୩,୩୯୯ ଲକ୍ଷ କୋଟି ପାକିସ୍ତାନୀ ଟଙ୍କା (ପିକେଆର)ହୋଇଛି। ଏହା ମଧ୍ୟରେ ଘରୋଇ କରଜ ୪୦,୯୫୬ ଲକ୍ଷ କୋଟି ଓ ଆନ୍ତରାଷ୍ଟ୍ରୀୟ କରଜରେ ୨୨,୪୩୪ ଲକ୍ଷ କୋଟି (ପିକେଆର) ସାମିଲ ରହିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ,ପାକିସ୍ତାନର ଆର୍ଥିକ ବିକାଶ କେବଳ ଧନୀ ଶ୍ରେଣୀର ଲୋକଙ୍କ ମଧ୍ୟରେ ସୀମିତ। ଏହି କାରଣରୁ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନ ନିଜ ପଡୋଶୀ ଦେଶଠାରୁ ବହୁ ପଛରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories