www.samajalive.in
Friday, December 5, 2025
23.1 C
Bhubaneswar

ପରିକ୍ରମା ପ୍ରକଳ୍ପ: ଉତ୍ସବମୁଖର ଶ୍ରୀକ୍ଷେତ୍ର, ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ବଡଦାଣ୍ଡ

ପୁରୀ: ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅପୂର୍ବ ଭକ୍ତି। ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ରର ପୁରା ପରିବେଶ। ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ହୋମଯଜ୍ଞ କରାଯିବ। ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣ ମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି। ଶ୍ରୀମନ୍ଦିର ଚାରି ଦ୍ୱାର ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି। ଅଖଣ୍ଡ ଦୀପ ପଜ୍ୱଳନ କରାଯାଇ ମହାଯଜ୍ଞର ଶୁଭାରମ୍ଭ କରାଯିବ। ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ।

ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ୟ୍ୟଙ୍କ ଦ୍ବାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହେବ । ମଙ୍ଗଳବାର ମଧ୍ୟ ଯଜ୍ଞ କରାଯିବ। ସେହିପରି ଶ୍ରୀମାର୍ଗ ଓ ଶ୍ରୀସେତୁ କାର୍ଯ୍ୟ ସମୂର୍ଣ୍ଣ ହୋଇସାରିଥିବା ବେଳେ ସୋମବାର ଏହା ଉପରେ ପରୀକ୍ଷାମୂଳକ ରନ କରାଯିବ। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories