www.samajalive.in
Monday, December 8, 2025
13.1 C
Bhubaneswar

ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ୍‍ : ଦକ୍ଷିଣ ଭାରତରେ ଧୁମଧାମରେ ହେବ ପାଳନ

ଭୁବନେଶ୍ୱର: ସୋମବାର ପବିତ୍ର ମକର ସଂକ୍ରାନ୍ତି । ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଏ । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲର୍ଦ୍ଧା ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ଧୀରେ ଧୀରେ ଦିନ ବଢିବା ସହ ରାତି କମିବ । ଦକ୍ଷିଣ ଭାରତରେ ତେଲୁଗୁ ସଂପ୍ରଦାୟର ଭାଇ ଭଉଣୀ ଏହି ଦିନକୁ ଧୁମଧାମରେ ପାଳନ କରିଥାନ୍ତି ।

ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତିରେ ଇଷ୍ଟ ଦେବୀଙ୍କ ଠାରେ ମକର ଚାଉଳ ଭୋଗ ଲାଗି ହେବା ପରେ ଘରେ ଘରେ ସଭିଏଁ ଏହାକୁ ଖାଇଥାନ୍ତି । ନୂତନ ବସ୍ତ୍ର ପରିଧାନ କରି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ପ୍ରଣାମ କରିବା ପରେ ଘରେ ପ୍ରସ୍ତୁତ ଭଳିକି ଭଳି ପୀଠା ଖାଇବାର ନିଆରା ପରମ୍ପରା ରହିଛି । ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ମଧ୍ୟ ପରମ୍ପରା ରହିଛି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories