www.samajalive.in
Saturday, December 6, 2025
19.1 C
Bhubaneswar

ଦୁର୍ଘଟଣା ପରେ ବଞ୍ଚିଲେ ମୃତ ବ୍ୟକ୍ତି

ଚଣ୍ଡିଗଡ଼: ହରିୟାଣାର କର୍ଣ୍ଣାଲ ସହରରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଦ୍ବାରା ମୃତ ଘୋଷିତ ଜଣେ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଶ୍ମଶାନ ନିଆଯାଉଥିବାବେଳେ ରାସ୍ତାରେ ଥିବା ବିରାଟ ଗର୍ତ୍ତରେ ଆମ୍ବୁଲାନ୍ସଟି ଗଳିପଡିଥିଲା। ତେବେ ଦୁର୍ଘଟଣା ପରେ ମୃତ ଘୋଷିତ ବ୍ୟକ୍ତି ଜଣକ ଜୀବନ ଫେରିପାଇଥିବା ଜଣାପଡିଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସାଧାରଣତଃ ରାସ୍ତାରେ ଥିବା ବଡ ବଡ ଗର୍ତ୍ତ ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟୁ ଥିବା ବେଳେ ଲୋକେ ମୃତାହତ ହେବାର ଦୃଷ୍ଟାନ୍ତ ରହିଛି। ତେବେ କର୍ଣ୍ଣାଲ ନିବାସୀ ଦର୍ଶନ ସିଂହ ବ୍ରାରଙ୍କ କ୍ଷେତ୍ରରେ ଏଭଳି ଗର୍ତ୍ତ ଆଶୀର୍ବାଦ ସାବ୍ୟସ୍ତ ହୋଇଛି।

ଅସୁସ୍ଥ ହେବା ପରେ ୮୦ ବର୍ଷୀୟ ଦର୍ଶନ ସିଂହଙ୍କୁ ପରିବାର ଲୋକେ ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ଚାରିଦିନ ଭେଣ୍ଟିଲେଟରରେ ରହିବାପରେ ଗତ ଗୁରୁବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଦର୍ଶନଙ୍କ ମୃତଦେହ ସଂସ୍କାର କରିବାକୁ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଶ୍ମଶାନକୁ ନିଆଯାଉଥିଲା। ଦର୍ଶନଙ୍କ ନାତି ବଲୱନ୍ତ ସିଂହ ଜେଜେଙ୍କ ମୃତଦେହ ନିକଟରେ ବସିଥିଲେ। ଗର୍ତ୍ତରେ ପଡିବାପରେ ଜେଜେଙ୍କ ହାତଗୋଡ ହଲଚଲ ହେଉଥିବା ବଲୱନ୍ତଙ୍କ ନଜରକୁ ଆସିଥିଲା। ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେବାକୁ ସେ ଆମ୍ବୁଲାନ୍ସ ଡ୍ରାଇଭରକୁ ନିର୍ଦେଶ ଦେଇଥିଲେ। ସେଠାରେ ଡାକ୍ତର ଦର୍ଶନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ହୃଦସ୍ପନ୍ଦନ ଚାଲୁଥିବା ଏବଂ ସେ ଜୀବିତ ଥିବା କହିଛନ୍ତି। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ଦର୍ଶନଙ୍କୁ ବର୍ତ୍ତମାନ ଉକ୍ତ ଡାକ୍ତରଖାନାରେ ରଖାଯାଇଛି। ଏ ଖବର ଶୁଣିବାପରେ ଶୋକ ପ୍ରକାଶ କରିବାକୁ ଆସିଥିବା ବନ୍ଧୁବାନ୍ଧବ ଓ ପଡୋଶୀମାନେ ଦର୍ଶନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories