ଇଣ୍ଡିଆ ମେଣ୍ଟର ବୈଠକ ଶେଷ: ଅଧ୍ୟକ୍ଷ ହେବେ ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ର ଭର୍ଚୁଆଲ ବୈଠକ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ଦିଆଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମେଣ୍ଟରେ ଏହାକୁ ନେଇ ସହମତି ପ୍ରକାଶ ପାଇଛି। ନୀତିଶ କୁମାରଙ୍କୁ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ହଟାଇବା ପାଇଁ ବିରୋଧୀ ଦଳ ମାନେ ଏକ ସଶକ୍ତ ମେଣ୍ଟ ଗଠନ ଲାଗି ପ୍ରକ୍ରିୟା ଜାରି ରହିଛି। ୨୬ଟି ବିରୋଧୀ ଦଳକୁ ନେଇ ଇଣ୍ଡିଆ ମେଣ୍ଟ ଗଠନ କରାଯାଇଛି।
Comments are closed.