www.samajalive.in
Saturday, December 6, 2025
26.1 C
Bhubaneswar

ଏହି ଉପାୟରେ ବୟସ ବୃଦ୍ଧି ହେଲେ ବି ଦେଖା ଯିବେ ଯୁବା

ଅନେକ ସମୟରେ ବୟସ ଧିରେ ଧିରେ ବଢିବା ସହ ତ୍ୱଚାରେ ଓ ଶରୀରରେ ଏହାର ପ୍ରଭାବ ଦେଖାଯାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ୩୦ ବର୍ଷ ବୟସ ହେବା ମାତ୍ରେ କିଛି ସ୍ୱତନ୍ତ୍ର ଜିନିଷ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ। ଏସବୁ ଜିନିଷ ନିଜ ଖାଦ୍ୟରେ ସାମିଲ କରି ସବୁବେଳେ ଯୁବା ଦେଖାଯିବା ସହ ୬୦ ବର୍ଷରେ ମଧ୍ୟ ୩୦ ଭଳି ଯୁବା ତ୍ୱଚା ପାଇ ପାରିବେ।
ଅନେକ ସମୟରେ ଏପରି ଦେଖାଯାଏ, ଯୁବା ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ସହ ଅନେକ ଉପାୟ ଆପଣାଇ ଥାଆନ୍ତି। ତେବେ ୩୦ ବର୍ଷ ପରେ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେଲେ ସର୍ବଦା ଯୁବା ଦେଖାଯିବେ..
ପୋଷଣ ବିଶେଷଜ୍ଞଙ୍କ ମତାନୁସାରେ ଆପଣ ଯାହା ଖାଦ୍ୟ ସେବନ କରନ୍ତି, ବୟସ ବଢିବା ସହ ଶରୀର ଓ ତ୍ୱଚାରେ ପ୍ରଭାବ ପକାଇଥାଏ। ବିଶେଷ କରି ମସ୍ତିଷ୍କ ଓ ପେଟ ଉପରେ ପ୍ରଭାବ ପକାଏ। ମସ୍ତିଷ୍କ ଓ ପେଟ ୨ଟି ମହତ୍ତ୍ୱପୂର୍ଣ୍ଣ ଅଙ୍ଗ, ଯାହା ଯୁବା ରଖିବାରେ ବେଶ ସହାୟକ ହୋଇଥାଏ। ଉତ୍ତମ ଓ ସ୍ୱାସ୍ଥ୍ୟକର ଖାଦ୍ୟ ସେବନ ଦ୍ୱାରା ଶରୀରର ସମସ୍ତ ଅଙ୍ଗ ସଠିକ୍‌‌ ଭାବେ କାର୍ଯ୍ୟ କରେ। ବୟସ ଜନିତ ପ୍ରଭାବକୁ ମଧ୍ୟ କମ୍‌‌ କରେ। ଏହି ସବୁ ଖାଦ୍ୟ ସେବନ କରିବା ଦ୍ୱାରା ୩୦ ବର୍ଷ ବୟସ ପରେ ମଧ୍ୟ ବୟସ ପ୍ରଭାବ ପଡିବ ନାହିଁ।
ଡାର୍କ ଚକୋଲେଟ୍‌‌, ଗ୍ରୀନ ଟି, ବେରିଜ୍‌‌ ଓ ବିଭିନ୍ନ ପ୍ରକାର ଫଳ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର। ଏସବୁ ଖାଦ୍ୟ ପଦାର୍ଥକୁ ନିଜ ଖାଦ୍ୟରେ ସାମିଲ କଲେ ତ୍ୱଚା ସର୍ବଦା ଯୁବା ରଖିଥାଏ।
ପ୍ରୋଟିନ ଯୁକ୍ତ ଖାଦ୍ୟ ଯେପରି ଅଣ୍ଡା, ଚିକେନ, ମାଛ, ଡାଲି ଓ ସବୁଜ ପନିପରିବା, ପନିର, ଛତୁ ଆଦିକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ।
ବାଦାମ, କାଜୁ ଆଦି ଡ୍ରାଏ ଫ୍ରୁଟ୍ସ ପ୍ରୋଟିନ୍‌‌ର ଉତ୍ତମ ସ୍ରୋତ। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ମାଂସପେଶୀର ବିକାଶ କରିଥାଏ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories