www.samajalive.in
Friday, December 5, 2025
26.1 C
Bhubaneswar

ଇଡି ବିରୋଧରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଲକତା: ପଶ୍ଚିମବଙ୍ଗ ପୁଲିସକୁ କଲକତା ହାଇକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। କଲକତା ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଧିକାରୀଙ୍କ ବିରୋଧରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତ ଉପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ସନ୍ଦଶଖାଲି ମାମଲା ପରେ ପଶ୍ଚିମବଙ୍ଗ ପୁଲିସର ଏଫଆଇଆର ବିରୋଧରେ ଇଡି କଲକତା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହି ପିଟିସନରେ ଏଫଆଇଆର ବାତିଲ କରିବାକୁ ଅଦାଲତଙ୍କୁ ନିବେଦନ କରାଯାଇଥିଲା। ତଦନ୍ତ ଉପରେ ରୋକ୍ ଲଗାଇ କୋର୍ଟ ରାଜ୍ୟ ସରକାରଙ୍କୁ ମାମଲା ଡଏରୀ ଅଦାଲତରେ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୨ରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ନିକଟରେ ରାସନ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଟିଏମସି ନେତା ଶାହାଜାହାଁ ଶେଖଙ୍କ ଘରେ ଚଢାଉ କରିବାକୁ ଯାଇଥିବା ଇଡି ଟିମ୍ ଉପରେ କିଛି ଲୋକ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଇଡି ଅଧିକାରୀଙ୍କ ସହ ଉପସ୍ଥିତ ଥିବା ସିଆରପିଏଫ ଯବାନଙ୍କ ଗାଡିକୁ ମଧ୍ୟ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୩ ଜଣ ଇଡି ଅଧିକାରୀ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା ପରେ ଇଡି ବିରୋଧରେ ହିଁ ପଶ୍ଚିମବଙ୍ଗ ପୁଲିସ ଅଭିଯୋଗ ଦାଖଲ କରିଥିଲା।

- Advertisement -

ଏହି ମାମଲାରେ ଇଡି ଓକିଲ ଜଷ୍ଟିସ ଜୟ ସେନଗୁପ୍ତାଙ୍କ ଏକକ ଖଣ୍ଡପୀଠଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କେନ୍ଦ୍ରୀୟ ଏଜେନ୍ସି ନିଜ ଆବେଦନରେ କହିଥିଲା ଯେ, ଯଦିଓ ତାଙ୍କୁ ଏପର୍ଯ୍ୟନ୍ତ ଏଫ୍ଆଇଆର କପି ମିଳିନାହିଁ, କିନ୍ତୁ ପୁଲିସ ଅଧିକାରୀମାନେ ଇଡି ଅଧିକାରୀମାନଙ୍କ ବୟାନ ରେକର୍ଡ କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଉଛନ୍ତି।

ମାମଲାରେ ଅଭିଯୁକ୍ତ ଟିଏମସି ନେତାଙ୍କର ଜଣେ ସହଯୋଗୀଙ୍କ ଅଭିଯୋଗ ଆଧାରରେ ଇଡି ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଇଡି ଅଧିକାରୀମାନେ କୌଣସି ସର୍ଚ୍ଚ ୱାରେଣ୍ଟ ନ ଦେଖାଇ ଏବଂ ଆଇନ ଉଲ୍ଲଂଘନ କରି ଟିଏମସି ନେତାଙ୍କ ବାସଭବନରେ ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories