www.samajalive.in
Sunday, December 7, 2025
14.1 C
Bhubaneswar

ସରକାରୀ ବାସଭବନରୁ ବିଡ଼ିଓଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ ଟିମର ଛାନଭିନ

ସିମୁଳିଆ: ବାଲେଶ୍ୱର ଜିଲା ସିମୁଳିଆ ବିଡ଼ିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଗୁରୁବାର ଉଦ୍ଧାର ହୋଇଛି। ବିଡ଼ିଓଙ୍କ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ପୁଲିସ ଓ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି। ମୃତ୍ୟୁର କାରଣ ଆତ୍ମହତ୍ୟା ନା ଆଉ କିଛି ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ଅକ୍ଟୋବର ୨୬ତାରିଖରେ ବିଶ୍ୱରଞ୍ଜନ ମହାନ୍ତି ପ୍ରଥମ କରି ବିଡ଼ିଓ ଭାବେ ସିମୁଳିଆ ବ୍ଲକରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକର ତହସିଲଦାର ଥିଲେ। ଏଠାରେ ବିଡ଼ିଓ ଭାବେ ଯୋଗଦେବାର ଅଳ୍ପ ଦିନ ମଧ୍ୟରେ ସେ ବହୁ ଅନୁଷ୍ଠାନ ଓ ସାଧାରଣ ଲୋକଙ୍କ ସହ ଯୋଡି ହୋଇଥିଲେ। ଗୁରୁବାର ବ୍ଲକ କାର୍ଯ୍ୟଳୟକୁ ଦିନ ୧୦ଟାରେ ଯାଇଥିଲେ ଏବଂ ଦିନ ୧୨ଟା ସମୟରେ ଶୌଚ ହେବା ନିମନ୍ତେ ସରକାରୀ ବାସଭବନକୁ ଆସିଥିଲେ। ଦିନ ୧ଟାରେ ଜିଲାପାଳଙ୍କ ଭିଡ଼ିଓ କନଫରେନ୍ସ ଥିବାବେଳେ ଏଥିରେ ସେ ଯୋଗ ଦେଇନଥିଲେ। ଅପରାହ୍ନରେ ବ୍ଲକ କର୍ମଚାରୀମାନେ ତାଙ୍କ ବାସଭବନକୁ ଆସି ଦେଖିଥିଲେ ଯେ ଭିତରପଟୁ ଫାଟକରେ ତାଲା ପଡିଥିଲା। ସନ୍ଦେହ ହେବାରୁ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁ, ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବାରୁ ବିଡ଼ିଓଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

- Advertisement -

ଖବର ପାଇ ସିମୁଳିଆ ପୁଲିସ ଓ ବାଲେଶ୍ୱର ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛନ୍ତି। ବିଡ଼ିଓଙ୍କ ମୃତ୍ୟୁ ହତ୍ୟାଜନିତ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ପୁଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି କୁହାଯାଇଛି। ତେବେ ବିଡ଼ିଓଙ୍କ ବାପା ଅଭିଯୋଗ କରିଛନ୍ତି ଯେ ସିମୁଳିଆରେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କ ପୁଅକୁ ଜିଲାପାଳ ଛୁଟି ଦେଉନଥିଲେ। ତେଣୁ ସେ ଅଧିକ ଚାପରେ ଥିଲେ। ଏପରିକି ସେ ସିମୁଳିଆ ଯିବା ପରେ ଥରେ ହେଲେ ବି ଘରକୁ ଆସିନାହାଁନ୍ତି। ସେପଟେ ଜିଲାପାଳ କହିଛନ୍ତି ବିଶ୍ୱରଞ୍ଜନ ଛୁଟି ନେବା ପାଇଁ ତାଙ୍କୁ କୌଣସି ଦରଖାସ୍ତ ଦେଇନଥିଲେ ଓ ସ୍ୱାଭାବିକ ଭାବେ କାମ କରୁଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories