www.samajalive.in
Sunday, December 7, 2025
18.1 C
Bhubaneswar

ବଢ଼ିବ ଶୀତ; କମିବ କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ବିଶେଷ ପ୍ରଭାବ ନାହିଁ। ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସେହିପରି ୧୭ ତାରିଖରୁ ୧୮ ତାରିଖ ମଧ୍ୟରେ ଉପକୂଳବର୍ତ୍ତୀ ଜିଲାଗୁଡ଼କର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ବାକି ସବୁ ଜିଲାରେ ପାଗ ଶୁଖିଲା ରହିବ। ଅନ୍ୟପକ୍ଷରେ ଘନକୁହୁଡ଼ି ଯୋଗୁଁ ଗମନାଗମନ ପ୍ରଭାବିତ ହେଉଛି। ବହୁ ସ୍ଥାନରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟି ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ଘନକୁହୁଡ଼ି ସମୟରେ ସଡ଼କ ବ୍ୟବହାରକାରୀମାନଙ୍କ ଦ୍ବାରା ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଧୀରେ ଗାଡ଼ି ଚଳାଇବା,ଗାଡ଼ିଗୁଡ଼ିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ରଖିବା, ହେଡ୍ ଲାଇଟ ଲଗାଇବା, ଫଗ୍ ଲ୍ୟାମ୍ପ ବ୍ୟବହାର କରିବା, ସାବଧାନତା ଓ ଏକାଗ୍ରତା ରକ୍ଷା କରି ଗାଡ଼ି ଚଳାଇବାକୁୁ ପରାମର୍ଶ ଦିଆଯାଇଛି। ଏହାସହିତ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ସାମାଜିକ ଗଣମାମଧ୍ୟମରୁ ରାଜ୍ୟର ଦୈନିକ କୁହୁଡ଼ି ବିବରଣୀକୁ ଅନୁସରଣ କରି ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଗୁରୁବାର ସକାଳେ କଟକ, ବଲାଙ୍ଗୀର, ଚାନ୍ଦବାଲି ଏବଂ କେନ୍ଦ୍ରାପଡ଼ାରେ ଘଡ଼କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଏଠାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ଆସନ୍ତାକାଲି ସକାଳେ ଝାରସୁଗୁୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳହାଣ୍ଡି, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏଥିପାଇଁ ହଳଦିଆ ସତର୍କତା ଜାରି କରାଯାଇଛି।

- Advertisement -

ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ,ଗତକାଲି ରାତିରେ ସମ୍ବଲପୁରରେ ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରୀ ରହିଥିଲା, ଯାହାକି ସ୍ବାଭାବିକଠାରୁ ୭.୫ ଡିଗ୍ରୀ ଅଧିକ। ସେହିପରି ଭବାନୀପାଟଣାରେ ୧୬.୮ ଡିଗ୍ରୀ ଯାହାକି ସ୍ବାଭାବିକଠାରୁ ୬.୬ ଡିଗ୍ରୀ ଅଧିକ। ହୀରାକୁଦ ୧୮.୫ ଡିଗ୍ରୀ ( ୬ ଡିଗ୍ରୀ ଅଧିକ), ସୁନ୍ଦରଗଡ଼ ୧୫.୨ ଡିଗ୍ରୀ ( ୫.୯ ଡିଗ୍ରୀ ଅଧିକ), ଫୁଲବାଣୀ ୧୪ ଡିଗ୍ରୀ ( ୫.୫ ଡିଗ୍ରୀ ଅଧିକ), ଚାନ୍ଦବାଲି ୧୯.୪ ଡିଗ୍ରୀ ( ୪.୮ ଡିଗ୍ରୀ ଅଧିକ), ବାଲେଶ୍ବର ୧୮.୩ ଡିଗ୍ରୀ (୪.୫ ଡିଗ୍ରୀ ଅଧିକ), କଟକ ୧୮.୫ ଡିଗ୍ରୀ (୪.୧ ଡିଗ୍ରୀ ଅଧିକ) ଏବଂ ଭୁବନେଶ୍ବର ୧୯.୨ ଡିଗ୍ରୀ (୪ ଡିଗ୍ରୀ ଅଧିକ) ରହିଛି। କୋରାପୁଟରେ ଗତକାଲି ରାତିରେ ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରେକର୍ଡ଼ ହୋଇଥିଲା। ଜି.ଉଦୟଗିରିରେ ୧୧.୨ ଡିଗ୍ରୀ, ନୂଆପଡ଼ାରେ ୧୨ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୧୨.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories