www.samajalive.in
Sunday, December 14, 2025
14.1 C
Bhubaneswar

ଓଡ଼ିଶା ପାଇଁ ଗୌରବର କଥା- ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ :ଫାଇନାଲରେ ଓଡ଼ିଶା

କଟକ ,  : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ ଚମ୍ପିଆନସିପର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ଜିମ୍‌ଖାନ୍ନା ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୧୯ରନରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି।

 

- Advertisement -

ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୧୮୩ରନ କରିଥିଲା। ଝିଲି ବିରୁଆ ୮୨, ମୁନି ପୂର୍ତ୍ତି ୪୪, ପାର୍ବତୀ ମାଣ୍ଡିଂ ୨୦ରନ କରିଥିଲେ। ଜବାବରେ ଆନ୍ଧ୍ରପ୍ରଦେଶ ୬ ୱିକେଟରେ ୧୬୪ରନ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ରଚନା ଜେନା ୨ଟି ୱିକେଟ ନେଇଥିଲେ। ଝିଲି ବିରୁଆ ଫ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ବିତୀୟ ସେମିଫାଇନାଲରେ କର୍ଣ୍ଣାଟକ-ଦିଲ୍ଲୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଫାଇନାଲ ଶୁକ୍ରବାର ଖେଳାଯିବ। ଓଡ଼ିଶା କ୍ରମାଗତ ୪ର୍ଥ ଥର ଲାଗି ଫାଇନାଲ ଖେଳିବ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories