ହିର୍ଲିପାଲି ସମୂହ ବିଦ୍ୟାଳୟର ବାର୍ଷିକ ଉତ୍ସବ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲିରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସମୂହ ଭାବରେ ୩୫ ତମ କ୍ରୀଡା ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବ ର ଉଦଘାଟନୀ ଉତ୍ସବରେ ଉକ୍ତ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓକିଲ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଏଥିରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବର୍ଗରେ ବର୍ଗୀକରଣ କରାଯାଇ ବିଭିନ୍ନ ପ୍ରକାର ର ୬୦ ଟି ପ୍ରତିଯୋଗିତା ହୋଇଥିଲା । ଖେଳ ଶିକ୍ଷକ ପ୍ରତାପ ଗଡତିଆ ଖେଳ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।
ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ ବା ଉଦଯାପନୀ ଉତ୍ସବ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ କବିତା ସାହୁ ମୁଖ୍ୟ ଅତିଥି ରୂପେ ମଞ୍ଚାସୀନ ହୋଇଥିବାବେଳେ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଭାକର ମେହେର ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ରହିଥିଲେ । ଅତିଥିମାନଙ୍କ ଦ୍ଵାରା ମାଁ ବାଗ୍ଦେଵୀ ସରସ୍ଵତୀ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ଛlତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ବଳରାମ ସାହୁ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ସମୂହ ର ସଭାପତି କୌଶିକ ଦାଶ ବିବରଣୀ ପଠନ କରିଥିଲେ ।
ଏହାପରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ୱର୍ ରଖି ବ୍ଲକ ଟପ୍ପର ହୋଇଥିବା ଅର୍ପିତ ପ୍ରଧାନ ଙ୍କୁ ଲକ୍ଷ୍ମୀ ମେଧା ସମ୍ମାନ ଓ ଜନତା ମେଧା ପୁରସ୍କାର ରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ସେହିପରି ଅଷ୍ଟମ ଶ୍ରେଣୀର ଛାତ୍ରୀ ପୁନମ ଭୁଏ ଓ ପଞ୍ଚମ ଶ୍ରେଣୀର ଛାତ୍ର ମେଘନାଦ ଭୁଏଙ୍କୁ ଲକ୍ଷ୍ମୀ ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । କ୍ରୀଡା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଶୁଭ୍ରାଂଶୁ ସାହୁ, ଅନନ୍ୟା ପ୍ରଧାନ,ରିତୁ ସାହୁ,ଦୀପକ ପ୍ରଧାନ,ନିରଞ୍ଜନ ସାହୁ, ପରିଚାଳନା କମିଟିର ଅଶୋକ ସେଠ୍, ଗ୍ରାମବାସୀ କାହ୍ନୁଚରଣ ପ୍ରଧାନ, କର୍ମଚାରୀ ମୀନକେତନ ପଶାୟତ, ଅଚ୍ୟୁତ ନାଥ ଓ ସନ୍ତୋଷ ପଟେଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୁଣସାଗର ଲାଙ୍ଗୁଳା ନରସିଂହ ଦେବ ଛୁରିଆ
ଧନ୍ୟବାଦ୍ ଅର୍ପଣ କରିଥିଲେ ।ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ସମୂହ ବିଦ୍ୟାଳୟର ୩୬ ଟି ନୃତ୍ୟ ପରିବେଷିତ ହୋଇଥିଲା ।
Comments are closed.