www.samajalive.in
Saturday, December 6, 2025
23.1 C
Bhubaneswar

ଝିଅ ପାଠପଢା ପାଇଁ ଚାକରକୁ ମାରି ନିଜେ ମରିବାର କାହାଣୀ ଗଢିଲେ ପିତା

ନୂଆଦିଲ୍ଲୀ: ଘରେ ଚାକରକୁ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତି ଓ ତାଙ୍କ ପୁତୁରାଙ୍କୁ ପଞ୍ଜାବ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡର କାରଣ ଯେତେ ଚାଞ୍ଚଲ୍ୟକର ଏହାର ତଦନ୍ତ ମଧ୍ୟ ସେତେ ରହସ୍ୟମୟ ପାଲଟି ଥିଲା। କାରଣ ଏହି ଘଟଣାକୁ ଏକ ଦୁର୍ଘଟଣା ଭାବି ତଦନ୍ତ ଶେଷ କରି ପୁଲିସ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ଏହି ଘଟଣାର ପ୍ରଥମ ରହସ୍ୟ ଅଚାନକ ଉନ୍ମୋଚିତ ହୋଇଥିଲା।
ଆକାଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହଠାତ୍‍ ଗାଡ଼ିରେ ନିଆଁ ଲାଗିଯିବାରୁ ହୋଇଥିଲା। ପରିବାରବର୍ଗ ମୃତଦେହକୁ ଚିହ୍ନଟ କରିବା ପରେ ପୁଲିସ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଧରି ନେଇଥିଲା। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଚୂଡ଼ାନ୍ତ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ଆକାଶଙ୍କ ପୁତୁରା ରବି ବୀମା କମ୍ପାନୀ ନିକଟରେ ଆକାଶର ବୀମା ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଦାବି କରିବାରୁ ଏହାକୁ ନେଇ ସନ୍ଦେହ ଘନିଭୂତ ହୋଇଥିଲା। ତେଣୁ ଅଧିକ ତଦନ୍ତ ପାଇଁ ରବିକୁ ଗିରଫ କରି ପଞ୍ଜାବ ପୁଲିସ ପୁଣି ଆରମ୍ଭ କରିଥିଲା ତଦନ୍ତ। ପୁଲିସର ପଚରାଉଚରାରେ ଜଣା ପଡ଼ିଥିଲା ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ପୁଲିସ ରିପୋର୍ଟ ପ୍ରସ୍ତୁତ କରୁଛି ଓ ପରିବାରବର୍ଗ ଶୋକ ପାଳନ କରୁଛନ୍ତି ସେ ଆକାଶ ନୁହେଁ ବରଂ ଘରର ଚାକର ରାଜୁ।
ନଭେମ୍ବର ୧୯ରେ ଏହି କାହାଣୀର ସୂତ୍ରପାତ ହୋଇଥିଲା। ବିଦେଶରେ ପାଠ ପଢୁଥିବା ଝିଅର ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଆକାଶ ସହଯୋଗ ପାଇଁ ରବିର ସାହାଯ୍ୟ ମାଗିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ପରେ ରାଜୁର ହତ୍ୟା କରିବାକୁ ଆକାଶ ଓ ରବି ଷଢଯନ୍ତ୍ର କରିଥିଲେ। କାରଣ ଆକାଶଙ୍କ ନାମରେ ୫୦ଲକ୍ଷର ଏକ ବୀମା ଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆକାଶ ରାଜୁକୁ ପ୍ରବଳ ମଦ୍ୟପାନ କରାଇ ତାଙ୍କ ଗାଡ଼ିରେ ବସାଇ ସେଥିରେ ନିଆଁ ଲଗାଇ ଦେଇଥିଲେ ବୋଲି ପୁଲିସ ଜାଣି ପରିଥିଲା। ରବିଙ୍କ ମୋବାଇଲକୁ ତଦନ୍ତ କରି ପୁଲିସ ଆକାଶକୁ ଭାରତ-ନେପାଳ ସୀମାନ୍ତରୁ ଗିରଫ କରିଛି। ଇତିମଧ୍ୟରେ ରାଜୁଙ୍କ ପରିବାରବର୍ଗ ମଧ୍ୟ ତା’ର ସନ୍ଧାନ ନପାଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories