www.samajalive.in
Saturday, December 6, 2025
26.1 C
Bhubaneswar

ଆତଙ୍କବାଦୀଙ୍କ ଅପେକ୍ଷା ଖରାପ ରାସ୍ତା ନେଇଛି ଅଧିକ ଜୀବନ

ନୂଆଦିଲ୍ଲୀ: ବିଗତ ୫ବର୍ଷ ମଧ୍ୟରେ ଦେଶରେ ୧୪ହଜାର ୯୨୬ଜଣ ଖରାପ ରାସ୍ତା ପାଇଁ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୁରୁବାର ସୁପ୍ରିମ କୋର୍ଟରେ ଜଷ୍ଟିସ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପିଠ ଉପରୋକ୍ତ ରିପୋର୍ଟ ପାଇଁ କ୍ଷୋଭ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ସୁପ୍ରିମ କୋର୍ଟ ଏହି ଘଟଣାରେ କ୍ଷୋଭ ପ୍ରକାଶ କରି ସୀମାନ୍ତରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଉଥିବା ଯବାନଙ୍କଠାରୁ ସୁରକ୍ଷିତ ଦେଶର ରାସ୍ତାରେ ଅଧିକ ସଂଖ୍ୟାରେ ଦେଶବାସୀ ପ୍ରାଣ ହରାଉଛନ୍ତି ବୋଲି କହିଛନ୍ତି। ଖଣ୍ଡପିଠରେ ଜଷ୍ଟିସ ଦୀପକ ଗୁପ୍ତା ଓ ହେମନ୍ତ ଗୁପ୍ତା ଶୁଣାଣି ସମୟରେ ୨୦୧୩ରୁ ୨୦୧୭ ମଧ୍ୟରେ ଏତେ ସଂଖ୍ୟାରେ ମୃତ୍ୟୁର କାରଣ ରାସ୍ତାର ମରାମତି ସଠିକ ଭାବେ ହେଉ ନାହିଁ ବୋଲି ପ୍ରମାଣିତ ହେଉଛି ବୋଲି ଉଲ୍ଲେଖ କରିଥିଲେ। ପ୍ରଶାସନ ଏଥିପ୍ରତି ସଜାଗ ନୁହେଁ। ଖଣ୍ଡପିଠ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ମାମଲାର ପରିବର୍ତ୍ତୀ ଶୁଣାଣି ଜାନୁୟାରୀରେ ହେବ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories