ରାଉରକେଲା : ରାଜଗାଙ୍ଗପୁର ଥାନା ହାଜତ ଭିତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ବୁଧବାର ରାତିରେ ଶବକୁ ଝୁଲନ୍ତା ଅବସ୍ଥାରେ ହାଜତରେ ଦେଖିବାକୁ ମିଳିଥିଲା। ମୃତକଙ୍କ ନାମ ଜୟ ଲାକ୍ରା। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, କୁତ୍ରା ବ୍ଲକ୍ ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରର ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ବିଭିନ୍ନ ହିତାଧିକାରୀଙ୍କଠାରୁ ଜୟ ଲାକ୍ରା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କୁ ରାଜଗାଙ୍ଗପୁର ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ତେବେ ହାଜତ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।



