www.samajalive.in
Friday, December 5, 2025
17.1 C
Bhubaneswar

ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ଜ୍ଞାନ ଯଜ୍ଞ

ଭୁବନେଶ୍ଵର : ପ୍ରଜ୍ଞାନ ମିଶନ, ଭୁବନେଶ୍ବର ଆନୁକୂଲ୍ୟରେ ଜାନୁଆରୀ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଚନ୍ଦ୍ରଶେଖରପୁର, ଡମଣା ଛକ ନିକଟସ୍ଥ ବିଏମ୍‌ସି କଲ୍ୟାଣ ମଣ୍ଡପ ଠାରେ ଗୀତାଜ୍ଞାନ ଯଜ୍ଞ ଅନୁଷ୍ଠିତ ହେବ । ମାନବ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ ୧୯୯୧ ମସିହାରୁ ସାରା ପୃଥିବୀରେ କାର୍ଯ୍ୟରତ ଏବଂ ଏହା ୧୯୯୯ ମସିହାରୁ ପଞ୍ଜିକୃତ। ଗୀତାଜ୍ଞାନ ଯଜ୍ଞ ପ୍ରଜ୍ଞାନ ମିଶନର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଏକ ଅଂଶବିଶେଷ। ଏହି ସଙ୍ଗରେ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟ ଜ୍ଞାନ, କର୍ମ ଓ ସନ୍ୟାସ ଯୋଗ ଉପରେ ଆଶୀର୍ବଚନ ପ୍ରଦାନ କରିବେ। ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ଓ ୬ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ସତ୍‌‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ଥ ସ୍ଵାମୀ ସମର୍ପଣାନନ୍ଦ ଗିରି ସୂଚନା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories