ମାଲକାନଗିରି: ଲାଲଗଡରେ ଉଡିଲା ବିମାନ। ଆକଶପଥରେ ଯୋଡି ହେଲା ମାଲାକାନଗିରି ଜିଲା। ମଙ୍ଗଳବାର ମାଲକାନଗିରି ବିମାନବନ୍ଦର ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ଏହାକୁ ଲୋକାର୍ପଣ କରିଛନ୍ତି। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିଛନ୍ତି। ବିଚ୍ଛିନ୍ନାଂଚଳରେ ବିକାଶର ଅଗ୍ରଗତି ହେବା ସହିତ ମଙ୍ଗଳବାର ଠାରୁ ଆକାଶ ମାର୍ଗରେ ଯୋଗାଯୋଗ ଆରମ୍ଭ ହୋଇଛି। ଦୀର୍ଘଦିନର ପ୍ରତୀକ୍ଷା ପରେ ମାଲକାନଗିରିକୁ ବିମାନ ସେବା ଆରମ୍ଭ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।
୨୯କୋଟି ଟଙ୍କା ବ୍ୟୟରେ ୧୦୬ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ହଜାର ୬୦୨ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତ ହୋଇଛି।
ସ୍ୱାଭିମାନ ଅଞ୍ଚଳରେ ବହୁ ପ୍ରତୀକ୍ଷିତ ବିମାନବନ୍ଦର ଲୋକାର୍ପିତ
Popular Categories



