www.samajalive.in
Saturday, December 6, 2025
26.1 C
Bhubaneswar

କପିଳାସରେ ଆଖି ବୁଜିଲା ବୌଦ୍ଧରେ ଆତଙ୍କ ଖେଳାଇଥିବା ଦନ୍ତା

ଢେଙ୍କାନାଳ: ଆଖି ବୁଜିଲା ବୌଦ୍ଧରେ ଆତଙ୍କ ଖେଳାଇଥିବା ଦନ୍ତା। ଗତକାଲି ବୌଦ୍ଧ ବନଖଣ୍ଡ କଣ୍ଟାମାଳ ଫରେଷ୍ଟ ରେଞ୍ଜରୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଥିବା ହାତୀର ରବିବାର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସୂଚନା ମୂତାବକ କିଛି ଦିନ ହେଲା ଏହି ଦନ୍ତା ହାତୀଟି ବୌଦ୍ଧରେ ଆତଙ୍କ ଖେଳାଇଥିଲା।

ଏହାପରେ ଟ୍ରାଙ୍କଲାଇଜ୍  କରି ହାତୀଟିକୁ କାବୁ କରାଯାଇ ଶନିବାର ଏକ ସ୍ବତନ୍ତ୍ର ଗାଡିରେ ଦନ୍ତାକୁ କପିଳାସକୁ  ଅଣାଯାଇଥିଲା। ସେଠାରେ ପହଞ୍ଚିବା ପରେ ହାତୀଟିକୁ କ୍ରଲ ଭିତରେ ରଖାଯାଇଥିଲା । ହେଲେ ହାତୀଟି କ୍ରଲରେ ଗର୍ଜନ କରି କର୍ମଚାରୀ ମାନଙ୍କୁ ଅତିଷ୍ଟ କରୁଥିଲା। ରବିବାର ସକାଳେ ଦନ୍ତାଟିର ମୃତ୍ୟୁ ଘଟିଛି। ତେବେ ଅତ୍ୟଧିକ ନିଶା ଏବଂ ଚିକିତ୍ସା ଅବହେଳାରୁ ହାତୀଟିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

- Advertisement -

 

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories