www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ – ଲୀଳାମୟଙ୍କୁ ସମର୍ପିତ କଳା ଓ ସ୍ଥାପତ୍ୟ

ଭୁବନେଶ୍ବର: ପଥର ବି ଈଶ୍ବରଙ୍କ ଉପାସନା କରିପାରେ। ଏହାର ନିଦର୍ଶନ ଦେଖିବାକୁ ମିଳୁଛି ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ। ଉତ୍କୃଷ୍ଟ କଳାର ଭୂଖଣ୍ଡ ‘ଉତ୍କଳ’ ମନ୍ଦିର ନିର୍ମାଣ କୌଶଳରେ ଜଗତ ବିଖ୍ୟାତ। କଳା ଓ ସ୍ଥାପତ୍ୟ ହେଉଛି ଓଡ଼ିଆମାନଙ୍କର ସାଧନା ଓ ପୂଜା। ସେଇଥିପାଇଁ କାହିଁ କେଉଁ ସମୟରୁ ଏ ଜାତିର ତ୍ରାଣକର୍ତ୍ତା ପ୍ରଭୁ ଜଗନ୍ନାଥଙ୍କ ପାଇଁ ଓଡ଼ିଆ ଜାତି ନିର୍ମାଣ କରିଥିଲା କଳା ସ୍ଥାପତ୍ୟରେ ଭରପୂର ଶ୍ରୀମନ୍ଦିର।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆରମ୍ଭରୁ ହିଁ ଏଥିରେ କଳିଙ୍ଗ ଶ୍ରେଣୀୟ ମନ୍ଦିର ନିର୍ମାଣ ଶୈଳୀକୁ ପ୍ରାଧାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ। ସେଥିପାଇଁ ପରିକ୍ରମା ପ୍ରକଳ୍ପର ପ୍ରତିଟି କାର୍ଯ୍ୟରେ ଓଡ଼ିଶାର ସ୍ବତନ୍ତ୍ର ନିର୍ମାଣ ଶୈଳୀର ଝଲକ୍ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଓ ପ୍ରଯତ୍ନରେ ଏହି ପରିକ୍ରମା ପ୍ରକଳ୍ପ ମାଧ୍ୟମରେ କଳିଙ୍ଗ ସ୍ଥପତି ଆଉ ଏକ ଉଚ୍ଚତର ସୋପାନକୁ ଉନ୍ନୀତ ହୋଇ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏହିସବୁ କାର୍ଯ୍ୟକୁ ନିର୍ମାଣର ପ୍ରଥମ ଦିନରୁ ହିଁ ୫-‘ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ସ୍ବତନ୍ତ୍ର ଭାବରେ ନିରୀକ୍ଷଣ କରିଆସୁଛନ୍ତି। ଯେଉଁଭଳି ଭାବେ ଉଚିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିବ ଏବଂ ଏକ ବିଶ୍ବସ୍ତରୀୟ ସ୍ଥପତିକଳାର ଏକ ଉଦାହରଣ ସାଜିପାରିବ, ସେଥିପ୍ରତି ୫-‘ଟି’ ଅଧ୍ୟକ୍ଷ ଅାରମ୍ଭରୁ ଯତ୍ନବାନ ରହିଆସିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମନ୍ଦିର ନିର୍ମାଣରେ ସ୍ବତନ୍ତ୍ର ଭାବେ ବ୍ୟବହୃତ ହେଉଥିବା ଖ‌େ‌ଣ୍ଡଲାଇଟ ପଥରର ବ୍ୟବହାର ହୋଇଛି। ଏହି ପଥର ସ୍ବତନ୍ତ୍ର ଭାବେ କେବଳ ଓଡ଼ିଶାରେ ମିଳିଥାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏହି ପଥର ଅଣାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟବହାର ହୋଇଛି। ପରିକ୍ରମା ପ୍ରକଳ୍ପ ମଧ୍ୟରେ ଥିବା ବିଭିନ୍ନ ମୂର୍ତ୍ତି, ଖମ୍ବ, ପରିକ୍ରମା ବାଡ଼, ବିଦ୍ୟୁତ ଗୃହ, ଶୌଚାଳୟ, ବସିବା ସ୍ଥାନ, ମଣ୍ଡପ, ମୁକ୍ତାକାଶ ମଞ୍ଚ ଆଦି ଏହି ଖ‌େ‌ଣ୍ଡଲାଇଟ ପଥରରେ ନିର୍ମାଣ କରାଯାଇଛି। ପରିକ୍ରମା ପ୍ରକଳ୍ପରେ ମୁଖ୍ୟ ସ୍ଥପତି ଭାବରେ କାର୍ଯ୍ୟରତ ଭବାନୀ ମିଶ୍ର ବିକେ ଆର୍ଟ କଲେଜର ୬୦ ଜଣ ସ୍ଥପତିଙ୍କୁ ତାଲିମ ଦେବା ପରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରାଯାଇଛି। ଶ୍ରୀସେତୁ, ଶ୍ରୀଦାଣ୍ଡ ତଥା ପରିକ୍ରମା ପ୍ରକଳ୍ପର ବିଭିନ୍ନ ସ୍ଥାନରେ ସେହିମୂର୍ତ୍ତିଗୁଡ଼ିକ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ପୂଜ୍ୟପୂଜାର ନିଦର୍ଶନ ସମଗ୍ର ବିଶ୍ବକୁ ଉପସ୍ଥାପିତ କରାଯାଇଛି।

- Advertisement -

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ଜୀବ ପଥରଗୁଡ଼ିକ ଓଡ଼ିଶାର ଗର୍ବ ଓ ଗୌରବ। କଳା, ସଂସ୍କୃତି, ଐତିହ୍ୟ ଓ ସ୍ୱାଭିମାନର ଜୀବନ୍ତ ବାର୍ତ୍ତାବହ ଭାବେ ରୂପାନ୍ତରିତ ହୋଇଛନ୍ତି। ଏଥିପ୍ରତି ୫-‘ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରତିଟି ଦିଗକୁ ଅତି ପାଖରୁ ନିରୀକ୍ଷଣ କରିଆସୁଛନ୍ତି। ଏହି ପ୍ରକଳ୍ପ ଯେପରି ଭାବେ ଓଡ଼ିଆ ସ୍ବାଭିମାନର ଏକ ପ୍ରତୀକ ହେଇପାରିବ, ସେଥିପ୍ରତି ସର୍ବଦା ଯତ୍ନବାନ ରହିଆସିଛନ୍ତି। ସ୍ଥପତିକଳାର ଚରମ ନିଦର୍ଶନ ହେଉଛି ଶ୍ରୀମନ୍ଦିର। ପଥରରେ କେଉଁସ୍ତରର ସୃଜନଶୀଳତା ସମ୍ଭବ ହୋଇପାରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତା’ର ଅସଂଖ୍ୟ ପ୍ରମାଣ ଯୋଗାଉଛି। କଳିଙ୍ଗର କଳା ଓ ଏହାର ମନ୍ଦିର ନିର୍ମାଣ ଶୈଳୀ ବିଶ୍ବବିଦିତ ହେଉ ସେଥିପାଇଁ ସର୍ବଦା ଚେଷ୍ଟିତ ରହିଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ପ୍ରସ୍ତର କଳା ଓ ସ୍ଥପତି ଏହି ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ତାହାର ଶିଖର ଛୁଉଁଛି।

ସ୍ଥପତିଙ୍କ ମୁହଁରୁ…
ଭବାନୀମିଶ୍ର, ଭୁବନେଶ୍ବର (ମୁଖ୍ୟ ସ୍ଥପତି): ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ମୋତେ ଏହି ସୁଯୋଗ ମିଳିଛି। ମୋର ମନେ ହେଉଛି ଏହି ମୂର୍ତ୍ତି ସବୁ ଜୀବନ୍ତ ଭାବେ ଜଗନ୍ନାଥ ଭକ୍ତିରେ ଲୀନ ଅଛନ୍ତି। ସେହି ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଶ୍ବସ୍ତରୀୟ ହୋଇପାରିଛି।

ସନ୍ତୋଷ ନାଏକ, ମୟୂରଭଞ୍ଜ (କାରିଗର ):ମୋ ଜୀବନର ଏହା ସୌଭାଗ୍ୟ ଯେ ମୁଁ ସୁଦୂର ମୟୂରଭଞ୍ଜରୁ ପ୍ରଭୁ ଜଗନ୍ନାଥଙ୍କ ସେବା କରିବା ପାଇଁ ପୁରୀ ଆସିଛି। ମହାପ୍ରଭୁଙ୍କ ଆଜ୍ଞାରେ ହିଁ ମୁଁ ଏହି କାର୍ଯ୍ୟ କରିପାରୁଛି। ମୋତେ ଲାଗୁଛି ମୋର ଏହି ନିର୍ମାଣ କାର୍ଯ୍ୟ ହିଁ ମହାପ୍ରଭୁଙ୍କୁ ମୋର ପୂଜା। ମୋ ଜୀବନ ଧନ୍ୟ ହୋଇଛି।

ସୋନେଲାଲ କୁମାର, ପାଟଣା (ବିହାର):ବିହାରରୁ ଆସି ପୁରୀରେ ସେ ପୁଣି ପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟ କରିବି ବୋଲି କେବେ ଭାବିନଥିଲି। ଏଠାରେ ଯେଉଁ ଗତିରେ କାର୍ଯ୍ୟ ଚାଲିଛି, ତାହା ମୋତେ ଆଶ୍ଚର୍ଯ୍ୟ କରୁଛି। ଏହା କେବଳ ଜଗନ୍ନାଥଙ୍କ ଅଲୌକିକ ଲୀଳା। ଅନ୍ୟଥା ମୋ ପରି ସାମାନ୍ୟ ମଣିଷ ଏଭଳି କାର୍ଯ୍ୟ କରିବାକୁ ସୁଯୋଗ ପାଇବ ବା କେଉଁଠୁ! ମୋତେ ଲାଗୁଛି ଜଗନ୍ନାଥ ହିଁ ମୋତେ ତାଙ୍କ ଚରଣରେ ଶରଣ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories