ନୂଆଦିଲ୍ଲୀ: ଭାରତର ମିଶନ ସୂର୍ଯ୍ୟକୁ ବିରାଟ ସଫଳତା। ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ୧୫ଲକ୍ଷ କିଲୋମିଟର ଅତିକ୍ରମ କରି ଆଦିତ୍ୟ ଏଲ-୧ ପହଞ୍ଚିଲା। ୧୫ଲକ୍ଷ କିଲୋମିଟର ଦୂର ହାଲୋ ଅର୍ବିଟରେ ପହଞ୍ଚିଛି। ଆଦିତ୍ୟ ଏଲ-୧ର ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି। ନିଜ ଏକ୍ସ ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେବା ସହ ଭାରତୀୟ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି। ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗତବର୍ଷ ସେପ୍ଟେମ୍ବର ୨ରେ ଆଦିତ୍ୟ ଏଲ-୧ ପ୍ରେରଣ ହୋଇଥିଲା।
Popular Categories



