ଜାପାନ ଭୂକମ୍ପ – ପାନୀୟ ଜଳ ଅପେକ୍ଷାରେ ୬୦ ହଜାର ପରିବାର
ଡେସ୍କ: କେନ୍ଦ୍ରୀୟ ଜାପାନର ଇଶିକାୱାଠାରେ ଗତ ସୋମବାର ଘଟିଥିବା ୭.୬ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୨୬ରେ ପହଞ୍ଚିଛି ଏବଂ ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ବୋଲି ସେଠାକାର ଜଣେ ଅଧିକାରୀ କହିଛନ୍ତି। ଉଦ୍ଧାରକାରୀ ଦଳ ରିଲିଫ ଏବଂ ଉଦ୍ଧାର ପାଇଁ ହେଲିକପ୍ଟର ବ୍ୟବହାର କରୁଛନ୍ତି। ଭୂକମ୍ପ ଯୋଗୁଁ ଅଧିକାଂଶ ରାସ୍ତା ନଷ୍ଟ ହୋଇଯାଇଛି ଫଳରେ ଅନେକ ଅଂଚଳରେ ପହଞ୍ଚିବା କଷ୍ଟକର ହୋଇପଡିଛି। ଅନାମିଜୁରେ ଅତିକମରେ ଦଶ ଜଣ ଭଙ୍ଗାରୁଜା ଅଂଶ ତଳେ ଦାବି ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଜଣେ ଆଠ ବର୍ଷର ଶିଶୁ ରହିଛି।
ସେଠାକାର ସରକାରୀ କର୍ମଚାରୀ କହିଛନ୍ତି ଯେ ପ୍ରାୟ ୩୦ ହଜାର ଲୋକ ରିଲିଫ କ୍ୟାମ୍ପରେ ରହୁଛନ୍ତି ଏବଂ ପ୍ରାୟ ୬୦ ହଜାର ପରିବାରକୁ ଏ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦେବା ସମ୍ଭବ ହୋଇନାହିଁ।
Comments are closed.