www.samajalive.in
Friday, December 12, 2025
14.1 C
Bhubaneswar

ପ୍ରଦର୍ଶନୀ ପଡିଆରେ ଜମୁଛି ଜାତୀୟ ଜନଜାତି ଶିଳ୍ପମେଳା ଏବଂ ନୃତ୍ୟ ମହୋତ୍ସବ

ଭୁବନେଶ୍ବର: ଜାନୁଆରୀ ୫ତାରିଖଠାରୁ ରାଜଧାନୀ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଜାତୀୟ ଜନଜାତି ଶିଳ୍ପମେଳା ଏବଂ ନୃତ୍ୟ ମହୋତ୍ସବ। ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ସନ୍ଧ୍ୟାରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଜନଜାତିଙ୍କ ଜୀବନ ଓ ଅନ୍ୟନ୍ୟ କଳା ସଂସ୍କୃତିର ବିଶେଷ ଆକର୍ଷଣ ରହିଛି।

ବର୍ତ୍ତମାନ ସମୟରେ ଜନଜାତି ବର୍ଗର ଯୁବପିଢି ଏବଂ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ । ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଉଛି।

- Advertisement -

ଏଥିରେ ୧୨ଟି ରାଜ୍ୟର ପ୍ରାୟ ୨୦୦ରୁ ଉଦ୍ଧ୍ଵର୍ର୍ ଜନଜାତି କାରିଗର ଏଥିରେ ସାମିଲ ହୋଇଛନ୍ତି। ୭୦ରୁ ଅଧିକ ଷ୍ଟଲ ବସିଥିବାବେଳେ ଜନଜାତି ଅଳଙ୍କାର , ଆକର୍ଷଣୀୟ ପୋଷାକ , ବାଉଁଶ ଏବଂ ଲୌହ ସାମଗ୍ରୀ , ଢୋକ୍ରା , ଟେରାକୋଟା ଆଦି ସମାଗ୍ରୀ ଲୋକଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ମେଳା ଜାନୁଆରୀ ୧୧ ତାରିଖ ଯାଏଁ ଚାଲିବ । ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ୟ୍ୟନ୍ତ ପ୍ରବଳ ଗହଳି ଦେଖିବାକୁ ମିଳୁଛି।

ସେପଟେ ପ୍ରଥମ ଦିନରେ ଅରୁଣାଞ୍ଚଳ ପ୍ରଦେଶର ମିସିମି ଜନଜାତିଙ୍କ ପକ୍ଷରୁ ଲୋକନୃତ୍ୟ , ଗୁଜୁରାଟର କୁନ୍ ଜନଜାତିଙ୍କ କାହାଡିଆ ନୃତ୍ୟ, ତ୍ରିପୁରା ଜନଜାତିଙ୍କ ଖାପରି ନୃତ୍ୟ ଆଦି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ନୃତ୍ୟ ମହୋତ୍ସବ ଜାନୁଆରୀ ୭ ତାରିଖ ର୍ପଯ୍ୟନ୍ତ ଚାଲିବ । ଏହି ଅବସରରେ ଏକ କଫି ଟେବୁଲ ବୁକ୍ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ଏଥିରେ ମୁଖ୍ୟତଃ ଆଦିବାସୀଙ୍କ ଜୀବନ , ସଂସ୍କୃତି ଏବଂ ପରମ୍ପରାକୁ ନେଇ ଯୁବ ଶିଳ୍ପୀମାନେ ଚିତ୍ରଣ କରିଥିବା ବିଭିନ୍ନ ଆକର୍ଷଣୀୟ ଚିତ୍ରକଳା ସ୍ଥାନ ପାଇଛି। ଏହି କାର୍ୟ୍ୟକ୍ରମରେ ଏସଏସଟିଆରଟିଆଇ ଉପନିର୍ଦେଶକ ସନ୍ତୋଷ ରଥ ଏବଂ ଓଏସଡି ସମରେନ୍ଦ୍ର ଭୂତିଆ ପ୍ରମୂଖ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories