www.samajalive.in
Friday, December 12, 2025
16.1 C
Bhubaneswar

ସର୍ବସାଧାରଣଙ୍କ ଲାଗି ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ଶନିବାରଠାରୁ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଲୋକମାନେ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ । ବିନା କୌଣସି ପ୍ରବେଶ ଶୁଳ୍କରେ ଆପଣମାନେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ । କିନ୍ତୁ ଏଥିଲାଗି  ଅପରାହ୍ନ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ସମୟ ରହିଛି ।

କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ । ଛୁଟି ଦିନ ସହ ରବିବାର ମଧ୍ୟ ଏହା ଖୋଲା ରହିବ । ତେବେ ଭ୍ରମଣ ସମୟରେ ବନ୍ଧୁକ , ଅସ୍ତ୍ରଶସ୍ତ୍ର , କ୍ୟାମେରା , ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ ରହିଛି । ସେପଟେ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଏକାମ୍ର କାନନରେ ଦୁଇ ଦିନିଆ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜିତ ହେବ। ୨୦୦୬ ମସିହାରୁ ପ୍ରତିବର୍ଷ ଏକାମ୍ର କାନନ ପରିସରରେ ଆରପିଆରସି ରାଜ୍ୟସ୍ତରୀୟ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜନ କରିଆସୁଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories