www.samajalive.in
Thursday, December 11, 2025
18.1 C
Bhubaneswar

ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ୧୦୦ ମହିଳାଙ୍କ ମଧ୍ୟରେ ପ୍ରିୟଙ୍କା

ମୁମ୍ବଇ : ଫୋର୍ବସ ପକ୍ଷରୁ ୨୦୧୮ ମସିହାର ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ୧୦୦ ମହିଳା(ୱାର୍ଲ୍ଡ ମୋଷ୍ଟ ପାୱରଫୁଲ ୧୦୦ ୱିମେନ)ଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ଥାନ ପାଇଛନ୍ତି। ମିଡିଆ ଓ ମନୋରଞ୍ଜନ ବର୍ଗରେ ଦୁନିଆର ସବୁଠାରୁ ଅଧିକ ପ୍ରଭାବଶାଳୀ ମହିଳା ତାଲିକାରେ ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ପ୍ରିୟଙ୍କାଙ୍କୁ ଏଥିରେ ସ୍ଥାନ ମିଳିଛିି। ଫୋର୍ବସର ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ତାଙ୍କୁ ୯୪ତମ ସ୍ଥାନ ମିଳିଛି। ସେହିପରି ମିଡିଆ ଓ ମନୋରଞ୍ଜନ ବର୍ଗରେ ୧୫ତମ ସ୍ଥାନରେ ଅଛନ୍ତି। ମିଡିଆ ଓ ମନୋରଞ୍ଜନ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆମେରିକୀୟ ଅଭିନେତ୍ରୀ ଓପରା ୱିନଫ୍ରେ। ପ୍ରଭାବଶାଳୀ ମହିଳା ତାଲିକାରେ ପ୍ରିୟଙ୍କା ବାଜି ମାରିଥିଲେ ମଧ୍ୟ ଫୋର୍ବସର ସର୍ବାଧିକ ପାରିଶ୍ରମିକ ନେଉଥିବା ଭାରତୀୟ ସେଲିବ୍ରେଟୀ ତାଲିକାରେ ତାଙ୍କ ସ୍ଥାନ ତଳକୁ ଖସିଯାଇଛି। ଏଥିରେ ପ୍ରିୟଙ୍କାଙ୍କୁ ୧୮କୋଟି ଆୟ ଭିତ୍ତିରେ ୪୯ତମ ସ୍ଥାନ ମିଳିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories