www.samajalive.in
Monday, December 8, 2025
24.1 C
Bhubaneswar

ଆରବିଆଇ ସୁଧହାର ଅପରିବର୍ତ୍ତିତ

ମୁମ୍ବଇ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ବୁଧବାର ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୁଧ ହାର ଅପରିବର୍ତ୍ତିିତ ରଖିଥିବା ଘୋଷଣା କରିଛି। ଏହି କ୍ରମରେ ସୁଧ ହାର ବା ରେପୋ ରେଟ୍‍ (ଆରବିଆଇଠାରୁ ବ୍ୟାଙ୍କଗୁଡ଼ିକ ନେଉଥିବା ସ୍ବଳ୍ପମିଆଦି  ଋଣର ସୁଧ ହାର) ୬.୫୦% ଏବଂ ରିଭର୍ସ ରେପୋ ରେଟ୍‍ (ବାଣିଜ୍ୟିକ ବ୍ୟାଙ୍କଠାରୁ ଆରବିଆଇ ନେଉଥିବା ଋଣର ସୁଧ ହାର) ୬.୨୫% ଅପରିବର୍ତ୍ତିତ ରହିଛି। ବୈଠକରେ ମୁଦ୍ରାନୀତି କମିଟି (ଏମ୍‍ପିସି)ର ସମସ୍ତ ୬ ସଦସ୍ୟ ରେପୋ ରେଟ୍‍ ସ୍ଥିର ରଖିବା ସପକ୍ଷରେ ମତଦାନ କରିଥିଲେ। ରେପୋ ରେଟ୍‍ ଅପରିବର୍ତ୍ତିତ ରହିଥିବାରୁ ବ୍ୟାଙ୍କର ଋଣ ଏବଂ ଜମାର ସୁଧ ହାରରେ ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି। ରେପୋ ରେଟ୍‍ ବୃଦ୍ଧି ଘଟିଥିଲେ ବ୍ୟାଙ୍କର ଋଣ ଏବଂ ଜମାରେ ସୁଧ ହାର ବଢିଥାଏ। ରେପୋ ରେଟ୍‍ ହ୍ରାସ ଘଟିଲେ ବ୍ୟାଙ୍କ ଋଣ ଏବଂ ଜମାରେ ସୁଧ ହାର କମିଥାଏ।
ଆରବିଆଇ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୪% ରହିବ ବୋଲି ଅନୁମାନ କରିଛି। ସେହିପରି ଆସନ୍ତା ଆର୍ଥିକ ବର୍ଷ (୨୦୧୯-୨୦)ର ପ୍ରଥମ ୬ ମାସ (ଅପ୍ରେଲ-ସେପ୍ଟେମ୍ବର) ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ୭.୫% ରହିବ ବୋଲି ଆଶା ବ୍ୟକ୍ତ କରିଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories