www.samajalive.in
Wednesday, December 10, 2025
18.1 C
Bhubaneswar

ହିନ୍ଦୀରେ ଚିତ୍ରା ଏବଂ ଉର୍ଦ୍ଦୁରେ ରହମାନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୦୧୮ ବର୍ଷ ପାଇଁ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ଘୋଷଣା କରିଛି। ଏହି କ୍ରମରେ ହିନ୍ଦୀ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଚିତ୍ରା ମୁଦ୍‍ଗଲ, ସଂସ୍କୃତରେ ରମା କାନ୍ତ ଶୁକ୍ଳା, ଉର୍ଦ୍ଦୁରେ ରହମାନ ଅବାସ୍‍, ଇଂରାଜୀରେ ଅନୀସ ସଲିମ୍‍, ନେପାଳୀରେ ଲୋକନାଥ ଉପାଧ୍ୟାୟ ଏବଂ ତାମିଲରେ ଏସ୍‍. ରାମକୃଷ୍ଣନଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।
୨୪ଟି ଭାଷା ସାହିତ୍ୟରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହା ମଧ୍ୟରେ କବିତା ସଂକଳନ ପାଇଁ ୭ଟି, ଉପନ୍ୟାସ ପାଇଁ ୬ଟି, କ୍ଷୁଦ୍ର ଗଳ୍ପ ସଂକଳନ ପାଇଁ ୬ଟି, ସାହିତ୍ୟ ସମୀକ୍ଷା ଏବଂ ନିବନ୍ଧ ସଂକଳନ ପାଇଁ ୫ଟି ପୁରସ୍କାର ଅନ୍ତର୍ଭୁକ୍ତ ରହିଛି।
ଏକାଡେମୀ ସଚିବ କେ. ଶ୍ରୀନିବାସ ରାଓ ସାମ୍ବାଦିକ ସମ୍ମିଳନୀରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ସେ କହିଥିଲେ ଯେ ୩ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀର ସୁପାରିଶ ଆଧାରରେ ସମସ୍ତ ଭାଷାର ପୁସ୍ତକଗୁଡ଼ିକୁ ଚୟନ କରାଯାଇଥିଲା। ଧାର୍ଯ୍ୟ ନିୟମ ଅନୁସାରେ ବିଜେତାଙ୍କୁ ଚୟନ କରାଯାଇଛି।
୨୪ ଭାଷା ସାହିତ୍ୟରେ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ବିଜେତାଙ୍କୁ ଆସନ୍ତା ବର୍ଷ ଜାନୁଆରୀ ମାସରେ ଏକ ବିଶେଷ କାର୍ଯ୍ୟକ୍ରମରେ ନୂଆ ଦିଲ୍ଲୀସ୍ଥିତ କମାନି ସଭାଗୃହରେ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଆକାରରେ ସାହିତ୍ୟିକଙ୍କୁ ପଶସ୍ତିପତ୍ର, ସ୍ମାରକୀ, ସିଲ ଏବଂ ଏକ ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରାଯିବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories