www.samajalive.in
Sunday, December 14, 2025
16.1 C
Bhubaneswar

ହାଇଟେକ୍‌ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ- ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା

ଭୁବନେଶ୍ୱର (ଡିଜିଟାଲ ଡେସ୍କ) -ହାଇଟେକ୍‌ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ- ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

 

- Advertisement -

ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍‌‌ ହସ୍ପିଟାଲରେ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଶୁକ୍ରବାର ନୂଆ ଟ୍ୱିଷ୍ଟ୍‌‌ ସାମ୍ନାକୁ ଆସିଥିଲା । ହାଇଟେକରେ ବିସ୍ଫୋରଣ ଘଟଣାରେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ନୂଆ ମୋଡ ନେଇଥିଲା।   ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା  ମେଡିକାଲ କର୍ତ୍ତୃପକ୍ଷ କହିଥିଲେ । ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍‌‌ଏ ଟେଷ୍ଟ କରାଯିବ ବୋଲି କୁହାଯାଇଥିଲା। ସ୍ୱାମୀ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ।

ଶୁକ୍ରବାର ହାଇଟେକ୍‌‌ ମେଡିକାଲ୍‌‌ ବିସ୍ଫୋରଣ ଘଟଣାରେ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏନେଇ ସୂଚନା ଦିଆଯାଇଥିଲା । ସେମାନେ ନିଜ ଉପରୁ ଦୋଷ ହଟାଇ ନିୟମ ଅନୁସାରେ ମୃତ ଦେହ ପୁଲିସ କୁ ହସ୍ତାନ୍ତର କରାଯାଇଥିଲା ବୋଲି ସଫେଇ ଦେଇଥିଲେ ।
ଦିଲ୍ଲୀପଙ୍କ ପରିବାର ଅନ୍ୟ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି। ୩୦ ତାରିଖରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାଁ ଦିଲ୍ଲୀପ ବୋଲି କୁହାଯାଉଥିଲା।

ସୂଚନା ଯୋଗ୍ୟ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏସିରେ ଗ୍ୟାସ୍‌ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ୪ ଗୁରୁତରଙ୍କ ମଧ୍ୟରୁ ଦିଲ୍ଲୀପ କୁମାର ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଥିଲା।ସେହି ଦୁଃଖକୁ ସହି ନପାରି ସୋମବାର ଆତ୍ମହତ୍ୟା କରିଥିଲେ ପତ୍ନୀ। ମୃତ ମହିଳାଙ୍କ ନାଁ ସୌମ୍ୟାଶ୍ରୀ ଜେନା(୨୪) ।ସ୍ବାମୀଙ୍କ ମୃତ୍ୟୁରେ ମ୍ରିୟମାଣ ପତ୍ନୀ ସୌମ୍ୟାଶ୍ରୀଙ୍କୁ ତାଙ୍କ ବାପଘର ଲୋକେ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଗାନ୍ଧିନଗରସ୍ଥିତ ତାଙ୍କ ଘରକୁ ନେଇଯାଇଥିଲେ। ତେବେ ସୋମବାର ବାପଘରେ ସୌମ୍ୟାଶ୍ରୀ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାୟ ଦୁଇ ବର୍ଷ ତଳେ ଦିଲ୍ଲୀପ ଓ ସୌମ୍ୟାଶ୍ରୀଙ୍କର ବିବାହ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories