www.samajalive.in
Monday, December 15, 2025
16.1 C
Bhubaneswar

ଟାମଣା ସଂରକ୍ଷିତ ଜଙ୍ଗଲରୁ ହରିଣ ସିଙ୍ଘ ସହ ଦେଶୀ ବନ୍ଧୁକ ଓ ଗୁଳି ଜବଥ, ୪ ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ପୁଲିସ ପକ୍ଷରୁ ଟାମାଣା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୪ ଅଭିଯୁକ୍ତ ସମେତ ହରିଣ ସିଙ୍ଘ, ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି।ଗିରଫ ବ୍ୟକ୍ତିମାନେ ହେଲେ ସିଙ୍ଗାବାଡିର ଚିଆଁ ଓରଫ ପୂର୍ଣ୍ଣ ଗୌଡ(୩୫), ମେଦିନୀପୁର ର ଶଙ୍କର ପ୍ରଧାନ (୫୫), ଦିଗପହଣ୍ଡି ଥାନା ଅନ୍ତର୍ଗତ ବତଝରି ର ଅଭି ଓରଫ ଭାଲିଆ ମଲ୍ଲିକ (୪୦) ଏବଂ କହ୍ନେଇପୁଟ ର ବୃନ୍ଦାବନ ମଲ୍ଲିକ (୪୫) ବୋଲି ପୁଲିସ ସୂଚନା ଦେଇଛି।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ହରିଣ ସିଙ୍ଗ ସହ ଦୁଇଟି ସିଙ୍ଗଲ ବେରେଲ ଦେଶୀ ବନ୍ଧୁକ,୬୫ ଏମ ଏମ ର ୧୨୫ ଟି ଗୁଳି,୨୦୦ ଟି ଖାଲି ଗୁଳି,ବାରୁଦ ୨୦୦ ଗ୍ରାମ,୧୦ କେଜି ଓ ୨୫୦ ଗ୍ରାମ ଲିଡ ସ୍ଲିପଣ୍ଟର ବଲସ, ସ୍ଲିଣ୍ଟର ବଲ ପ୍ରସୃତ ୨ ଟି ମେସିନ ସହ ଗୋଟିଏ ମୁଣ୍ଡ ରେ ବାନ୍ଧିବା ଟର୍ଚ୍ଚ ଜବତ କରାଯାଇଛି।
ଗୁରୁବାର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଖବର ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଟାମଣା ଜଙ୍ଗଲରେ ଚଢାଉ କରିବା ସମୟରେ ସେଠାରେ ଉପସ୍ଥିତ ରହିଥିବା ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ। ପୁଲିସ ପକ୍ଷରୁ ପ୍ରଥମେ କୁନାର ପ୍ରମୁଖ ସହଯୋଗୀ ରହିଥିବା ଚିଆଁ କୁ ଗିରଫ କରିବା ପରେ ଅନ୍ୟ ତିନି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଜଙ୍ଗଲ ପରିସରରେ ବେଆଇନ ଭାବେ ଗୋଳାବାରୁଦ ପ୍ରସୃତ ସ୍ଥାନରେ ଚଢ଼ାଉ କରି ଜବତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ପୂର୍ବରୁ ଗତ ୨୦୨୧ ରେ ଚିଆଁ ସମେତ ଶଙ୍କର ପୂର୍ବରୁ ପୁଲିସ ଉପରେ ଆକ୍ରମଣ କରିବା ମାମଲାରେ ଗିରଫ କରାଯାଇଥିଲା।
ଏହା ସହ ଜବତ ହରିଣ ସିଙ୍ଘକୁ ବନବିଭାଗ କୁ ତଦନ୍ତ ନିମନ୍ତେ ହସ୍ତାନ୍ତର କରାଯାଇଛି।ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବେଳେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ପଟେ ଦୁର୍ଦାନ୍ତ ଅପରାଧୀ କୁନା ବେହେରା ଇତିମଧ୍ୟରେ ବାଣପୁର ଜେଲରେ ରହିଥିଲେ ମଧ୍ୟ କୁନାର କ୍ରାଇମ୍ ନେଟୱର୍କ ଆଜି ଭି ଗୋଳନ୍ଚାଥରା ଥାନା ଇଲାକାରେ ଚାଲୁ ରହିଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ବଟି ଆଦାୟ ସହ ବନ୍ୟଜନ୍ତୁ ମାରି ସେମାନଙ୍କ ସିଙ୍ଗ, ଚମଡା ଆଦି ଚୋରା ବେପାର ରେ ସାମିଲ ରହିଥିଲେ ବୋଲି ପୁଲିସ ସୂଚନା ଦେଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories