www.samajalive.in
Wednesday, December 10, 2025
26.1 C
Bhubaneswar

ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ: ଏହାର ସୁରକ୍ଷା ଓ ସଂରକ୍ଷଣ ଜରୁରୀ

ଭୁବନେଶ୍ବର: ଆମ ଓଡ଼ିଶା ଐତିହ୍ୟରେ ସମୃଦ୍ଧ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ସଂସ୍କୃତି ଓ ପରମ୍ପରା ସମାହାର ଓଡ଼ିଶା। ଓଡ଼ିଶା ସମୃଦ୍ଧ ସାଂସ୍କୃତି ଐତିହ୍ୟକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସାମୁହିକ ଉଦ୍ୟମ ଲୋଡ଼ା। ସଂସ୍କୃତି, ଐତିହ୍ୟ ଓ ବିଭବ ବଞ୍ଚିରହିଲେ ଜାତି ଓ ସଭ୍ୟତା ବଞ୍ଚିବ। ଏହାର ସଂରକ୍ଷଣ ଓ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିବା ଉଚିତ ବୋଲି ବିଶିଷ୍ଟ ବକ୍ତାମାନେ ପ୍ରକାଶ କରିଛନ୍ତି।
ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଏବଂ ପ୍ରଫେସର ମନ୍ମଥନାଥ ଦାଶର ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି।

- Advertisement -

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ ରାଉତରାୟ, ନୂଆଦିଲ୍ଲୀ ଆଇସିଏଚଆର ସଦସ୍ୟ ପ୍ରଫେସର ହରିହର ପଣ୍ଡା, ଆନ୍ଧ୍ର ପ୍ରଦେଶ ଆଦିକବି ନୟନା ବିଶ୍ବବିଦ୍ୟାଳୟ ପ୍ରଫେସର ଭିପୁରୀ ସୁଦର୍ଶନ, ପ୍ରଫେସର ହିମାଶୁ ଶେଖର ପଟ୍ଟନାୟକ, ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦ ସଦସ୍ୟ ପ୍ରଫେସର ସୁସ୍ମିତ ପାଣି ପ୍ରମୁଖ ପ୍ରଫେସର ମନ୍ମଥନାଥ ଦାଶଙ୍କ ସ୍ମୃତି ଚାରଣ କରିବା ସହ ଓ ‘ଓଡ଼ିଶାର ସାଂସ୍କୃତିକ ଐତିହ୍ୟ: ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ସ୍ବାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଅଜିତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ.ପରେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଫେସର କେ.ଏମ.ପାତ୍ର, ଡ.ରଞ୍ଜିତା ଦାସ ଓ ଡ.ସଂଘମିତ୍ରା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories