www.samajalive.in
Wednesday, December 10, 2025
26.1 C
Bhubaneswar

କନ୍ଧମାଳରେ ‘ଶିଶୁଙ୍କ ପାଇଁ ଦିନ ଟିଏ’

ଫୁଲବାଣୀ:ଜିଲାପାଳଙ୍କ ସଦଭାବନା ସଭାଗୃହ ଠାରେ “ଶିଶୁଙ୍କ ପାଇଁ ଦିନ ଟିଏ “ ବୈଠକ ଜିଲାର ଶିଶୁ ମାନଙ୍କ ସମସ୍ୟାର ତର୍ଜମା ଏବଂ ସମାଧାନ ନିମନ୍ତେ ହୋଇଥାଏ । ଏହି ବୈଠକରେ ଜିଲାପାଳ ଆଶିଷ ଇଶ୍ଵର ପାଟିଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବାବେଳେ ୫ ଡ଼ିଏସପି ସୁବ୍ରତ କୁମାର ବେହେରା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜବାଳା ଆଚାର୍ୟ୍ୟ , ଶିଶୁ ମଙ୍ଗଳ ସମିତି ଅଧକ୍ଷ ରଜତ କୁମାର ଦିଗାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ବୈଠକକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରଣ ପରିଚାଳନା କରିବା ସହ ବିଜୁ କନ୍ୟା ରତ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏଥିରେ ଆକ୍ସନ ଏଡ଼୍ (ଇମଗ୍ଧସକ୍ଟଦ୍ଭଇସୟ)ର ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାଏକ କିଶୋରୀ ବାଳିକାଙ୍କ ଗର୍ଭବତୀ ହେବା ସ୍ଥିତି ଏବଂ ସଖୀ ସହେଲି,ସଖା ବନ୍ଧୁ ଉପରେ ଆଲୋକପାତ କରିଥିଲେ । ଏହାପରେ ଜିଲାପାଳ ବିଭିନ୍ନ ସମସ୍ୟା ତଥା ବାଲ୍ୟ ବିବାହ ଶିଶୁ ଶ୍ରମିକ, ବିଦ୍ୟାଳୟ ମାନଙ୍କରେ ପିଲା ମାନଙ୍କର ଅନୁପସ୍ଥିତିର ସମାଧାନ ଉପରେ ଗୁରୁତ୍ଵ ଦେଇ କାର୍ୟ୍ୟ କରିବାକୁ ସମସ୍ତ ସହଭାଗୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ ଏବଂ ଯେଉଁ ଅନୁଷ୍ଠାନକୁ ଯାଉନାହାନ୍ତି ସେଠାକୁ ଡାକ୍ତରଙ୍କ ପଠାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁଦେଶ ଦେଇଥିଲେ ।

ଶିଶୁ ମାନଙ୍କ ବିଷୟରେ କାର୍ୟ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ (ଘଏଙ) ମାନଙ୍କୁ ଯଦି ଶିଶୁ ମଙ୍ଗଳ ସମିତିର ଶିବିରର ଅବଶ୍ୟକ ରହିଛି ତାହାହେଲେ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ବେଲଘର, ବାଲନ୍ଦାପଡା ଏବଂ ବ୍ରାହ୍ମଣିଗାଁରେ ଶିବିର କରିବାର ପ୍ରସ୍ତାବ ରଖିଥିଲେ କେତେକ ସଂଗଠନର କର୍ମକର୍ତ୍ତା। ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ସୁରକ୍ଷା ଅଧିକାରୀ (ସମନ୍ଵିତ ଶିଶୁ ବିକାଶ ଯୋଜନା ), ଶିଳ୍ପ ପଦୋନ୍ନତି ଅଧିକାରୀ, ଫୁଲବାଣୀ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ତତ୍ଵାବଧାନ ଅଧିକାରୀ , ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ , ଶିଶୁ ମଙ୍ଗଳ ସମିତିର ସଦସ୍ୟ ପ୍ରସନ୍ନ ବିଶୋୟୀ ଏବଂ ସଦସ୍ୟା ଶ୍ରୀମତୀ ମମତା ଦାସ ବିଭିନ୍ନ ସଂଗଠନର କର୍ମକର୍ତ୍ତା ରବୀନ୍ଦ୍ର ପଣ୍ଡା , ମନୋଜ କୁମାର ମିଶ୍ର , ତ୍ରିନାଥ କନହର, ଦିଲୀପ କୁମାର ପଣ୍ଡା, ହରି ଶଙ୍କର ରାଉତ , ସୁଧାର ଗୃହ କର୍ମଚାରୀ, ୱାନ ଷ୍ଟପ୍ ସେଣ୍ଟର ର କର୍ମଚାରୀ ଉପସ୍ଥିତ ଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories