ଭୁବନେଶ୍ବର: ଓଡ଼ିଶା କ୍ରିକେଟରଙ୍କୁ ନେଇ ପୁଣି ଆସିଲା ବୟସ ଜାଲିଆତି ଅଭିଯୋଗ ଆସିଛି। ଜାଲିଆତି ଜଣାପଡ଼ିବା ପରେ ରଣଜୀ ଦଳରୁ ଓଡ଼ିଶା ଖେଳାଳି ବିଦା କରାଯାଇଛି। ଓଡ଼ିଶାର ସୁମିତ ଶର୍ମା ବୟସ ଜାଲିଆତି କରିଥିବା ଜାଣିବା ପରେ ବିସିସିଆଇ ପଦେକ୍ଷପ ନେଇଛି। ସୁମିତ ଶର୍ମା ବିଭିନ୍ନ ବୟସ ବର୍ଗରେ ଭିନ୍ନ ଭିନ୍ନ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା। ସାର୍ଟିଫିକେଟ ଜାଲିଆତି ଜଣାପଡ଼ିବା ପରେ ସୁମିତ ଶର୍ମାଙ୍କୁ ଦଳରୁ ବିଦା କରିବା ସହ ବ୍ୟାନ ଲଗାଇଲା ବିସିସିଆଇ। ୨ ବର୍ଷ ଯାଏଁ ବିସିସିଆଇର କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିପାରିବେନାହିଁ ସୁମିତ ଶର୍ମା। ଏହାପରେ ଓସିଏ ପକ୍ଷରୁ ସୁମିତ ଶର୍ମାଙ୍କ ସ୍ଥାନରେ ତାରିଣୀ ସା’ଙ୍କୁ ଓଡ଼ିଶା ଦଳରେ ସାମିଲ। ବୟସ ଗଫଲତି ଏବଂ ସୁମିତ ଦଳରୁ ବିଦା ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।



